ଆଜି ୬ ଜଣଙ୍କ ପ୍ରାଣ ନେଲା କରୋନା, ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି। ଉପରୋକ୍ତ ୬ମୃତକଙ୍କ ମଧ୍ୟରୁ ୫ ଗଞ୍ଜାମ ଜିଲ୍ଲାର ଓ ଗଜପତିରୁ ଜଣେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯାଇଛି। ଏବେ ଗଞ୍ଜାମ ଜିଲ୍ଲାର ମୃତକଙ୍କ ସଂଖ୍ୟା ସର୍ବାଧିକ ୫୯ରେ ପହଞ୍ଚିଛି। ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ | ଅନ୍ୟଜଣେ ମୃତକ ଗଞ୍ଜାମ ଜିଲ୍ଲାର ଜଣେ ୪୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ | ଏହାଛଡ଼ା ଗଞ୍ଜାମ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ଓ ୪୦ ବର୍ଷ ବୟସ୍କ ଦୁଇଜଣ ପୁରୁଷ ଥିବା ଜଣାଯାଇଛି| ଅନ୍ୟ ମୃତକ ଜଣକ ଗଜପତି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା, ଯିଏ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୨,୪୫୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୩୩ ରହିଛି।

Leave A Reply

Your email address will not be published.