କାର୍‌ ଉପରେ ଓଲଟିପଡିଲା ଚାଉଳ ଭର୍ତ୍ତି ଟ୍ରକ, ଚାଲିଗଲା ୬ ଜୀବନ

ଝରକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଝାଡଖଣ୍ଡ ଜିଲ୍ଲା ଦୁମ୍‌କା-ଦେବଘର ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୬ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ, ଦୁଇ ମହିଳା ସମେତ ୬ଜଣ ରହିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଚାଉଳ ବୋଝେଇ ହୋଇଥିବା ଟ୍ରକଟି ଦୁମ୍‌କା ପଟକୁ ଯାଉଥିଲା, ଉକ୍ତ କାର୍‌ ଦେବ୍‌ଘର ପଟକୁ ଆସୁଥିଲା। ଟ୍ରକରେ ଓଭରଲୋଡ୍‌ ଥିଲା, ଯାହାଫଳରେ କି ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା ଖାଲରେ ପଡିଯାଇଥିଲା। କିନ୍ତୁ ଅନ୍ୟପଟୁ ଆସୁଥିବା କାର୍‌ଟି ମଧ୍ୟ ଭାରସାମ୍ୟ ହରାଇ ଓଲଟିପଡିଥିଲା। ଦେଖୁ ଦେଖୁ କାର୍‌ ଉପରେ ଟ୍ରକଟି ମଧ୍ୟ ପଡିଯାଇଥିଲା। ଯାହାଫଳରେ କି କାର୍‌ରେ ଥିବା ସମସ୍ତେ ଟ୍ରକ ତଳେ ଚାପି ହୋଇରହିଥିଲେ। ତେବେ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି। ସମସ୍ତ ଲୋକ ସମ୍ପର୍କୀୟ ଥିଲେ , ଏବଂ ବିହାରର ପାଟନା ବାସିନ୍ଦା ବୋଲି ସୂଚନା ରହିଛି।

ଦୁମ୍‌କାରେ ନିଜ ସମର୍କୀୟଙ୍କ ଘର ଆସିଥିଲେ, ଏଠାରୁ ଫେରି ପାଟନା ଅଭିମୁଖେ ଯାଉଥିବା ସମୟରେ ଏଭଳି ଦୁର୍ଘଟଣାରେ ଶୀକାର ହୋଇଛନ୍ତି । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ୪୫ମିନିଟ ପର୍ଯ୍ୟନ୍ତ କାର୍‌ ଟ୍ରକ ତଳେ ଚାପି ହୋଇରହିଥିଲା ସମସ୍ତେ। ସ୍ଥାନୀୟଲୋକେ ଘଟଣାସ୍ଥଳରେ ଉପସ୍ଥିତି ଥିଲେ ମଧ୍ୟ କିଛି କରିପାରିନଥିଲେ, କିହିଁକି ନା କାର୍‌ ଉପରେ ପଡିଥିବା ଟ୍ରକ୍‌ ଚାଉଳ ଭର୍ତ୍ତି ଥିଲା ।

Leave A Reply

Your email address will not be published.