କାଠୁଆ ଗୁଣଵଳାତ୍କାର ମାମଲା ରାୟ ପ୍ରକାଶିତ, ୬ ଜଣ ଦୋଷୀ ସାବ୍ୟସ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ କଶ୍ମୀରର କାଠୁଆରେ ୮ବର୍ଷର ନାବାଳିକାଙ୍କୁ ଗୁଣଵଳାତ୍କାର କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି ହୋଇଛି । ଏଥିରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୭ ଜଣଙ୍କ ବିରୋଧରେ ଏହି ଦୁଷ୍କର୍ମ ମାମଲା ଚାଲିଥିଲା ହେଲେ ଆଜି ମାମଲାର ଶୁଣାଣି ହେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଅପରାଧ ମୁକ୍ତ ବୋଲି ପଠାନକୋଟର ସ୍ୱତନ୍ତ୍ର ଅଦାଲତ କହିଛନ୍ତି । ଅପରାଧମୁକ୍ତ ବ୍ୟକ୍ତିଙ୍କ ନାମ ବିଶାଲ ରାମ । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ ଗାଁ ମୁଖିଆ ସଞ୍ଜି ରାମ, ପରଭେଶ କୁମାର ଏବଂ ପୁଲିସ ଅଫିସର ଦୀପକ ଖଜୁରିଆ । ଅନ୍ୟ ତିନି ଜଣ ସୁରେନ୍ଦ୍ର ବର୍ମା, ଆନନ୍ଦ ଦୁତ୍ତ ଏବଂ କନେଷ୍ଟବଲ ତିଲକ ରାଜ ବିରୋଧରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଅପରପକ୍ଷରେ ଆରମ୍ଭରୁ ନାବାଳିକାଙ୍କ କେସ ଲଢୁଥିବା ଦୀପିକା ରାଜାୱତ ଏହି ରାୟ ପ୍ରକାଶ ପାଇବା ପରେ ସେ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.