କର କ୍ଲିନିକର ୩ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ସହ ୬ଜଣ ଗଲେ କ୍ୱାରେଂଟାଇନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ତୃତୀୟ କରୋନା ରୋଗୀ କର କ୍ଲିନିକରେ ଚିକିତ୍ସିତ ହେଉଥିବା ଖବର ସମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ତରଫରୁ କର କ୍ଲିନିକ ନଯିବାକୁ ରୋଗୀଙ୍କୁ ଅନୁରୋଧ କରାଯାଇଥିଲା । କର କ୍ଲିନିକକୁ ସରକାରଙ୍କ ପକ୍ଷରୁ ଏକ ପ୍ରକାର ସିଲ କରାଯାଇଥିଲା । ଉକ୍ତ ରୋଗୀ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ମାନଙ୍କୁ କ୍ୱାରେଂଟାଇନରେ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା । ଏପରିକି ସେମାନେ ଅନ୍ୟ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଅନୁସନ୍ଧାନ ଚାଲୁ ରହିଛି ।

ଅପରପକ୍ଷରେ କର କ୍ଲିନିକର ସଫେଇ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ସମ୍ୱନ୍ଧରେ ସମସ୍ତେ ଭୁଲିଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ଚିନ୍ତାମଣିସ୍ୱର ଅଞ୍ଚଳର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିଲା । କାରଣ ସେହି କର୍ମଚାରୀମାନେ ନିଜକୁ ଆଇସଲେସନ ରଖିବା ବଦଳରେ ନିଜ ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖିବା ପରେ ଉତ୍ୟକ୍ତ ହୋଇ ଉଠିଲେ । ସେମାନେ ବିଏମସି ଏବଂ ସ୍ଥାନୀୟ ପୋଲିସକୁ ଏସମ୍ୱନ୍ଧରେ ସକାଳୁ ଖବର ଦେବାପରେ ମଧ୍ୟ କୌଣସି ଆକ୍ସନ ନିଆଯାଇନଥିଲା । ଫଳରେ କିଛି ସ୍ଥାନୀୟ ବାସିନ୍ଦା ସେମାନଙ୍କ ପରିବାର ସହ ତାଙ୍କୁ ନେଇ ବିଏମସି ଅଫିସରେ ଛାଡିବାକୁ ସ୍ଥିର କରଥିଲେ । ମାତ୍ର ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଏସମ୍ପର୍କରେ ସୂଚନା ଦିଆଯିବା ପରେ ସନ୍ଧ୍ୟାରେ ବିଏମସି ପକ୍ଷରୁ ନିୟୋଜିତ ଥିବା ଗାଡି ୩ଜଣ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ତାଙ୍କ ପରିବାର ଲୋକଙ୍କୁ କ୍ୱାରେଂଟାଇନ ହୋମକୁ ନେଇଯାଇଛନ୍ତି ।

Leave A Reply

Your email address will not be published.