୬ ଏସପିଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଓଡ଼ିଶା ପୋଲିସ ଭବନରେ ତିନିଦିନ ଧରି ଚାଲିଥିବା ୬୦ତମ ରାଜ୍ୟ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସମ୍ବିଳନୀର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ପାଇଁ ‘ ସହାୟତା ‘ ନାମକ ଏକ ମୋବାଇଲ ଆପକୁ ଲୋକାର୍ପିତ କରିଛନ୍ତି।ପୁଲିସ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଅପରାଧ ନିଅନ୍ତ୍ରଣ କରିବାକୁ ପ୍ରାଥମିକତା ଦେବା,ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା, ପୁଲିସ ବ୍ୟବସ୍ଥା ସୁଦୃଢ଼ୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୬ଟି ଜିଲ୍ଲାର ଏସପିଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।ସେମାନେ ହେଲେ ଭଦ୍ରକ ଏସପି ଅନୁପ ସାହୁ , ଅନଗୁଳ ଏସପି ବ୍ରିଜେଶ କୁମାର ରାୟ , କନ୍ଧମାଳ ଏସପି ମିତ୍ରଭାନୁ ମହାପାତ୍ର , ବୌଦ୍ଧ ଏସପି ସୁଧାଂଶୁ ଶେଖର ଓ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

ସମ୍ବଲପୁର ଏସପି ସଂଜୀବ ଆରୋରା ପ୍ରତ୍ୟେକ ଜିଲ୍ଲାରେ ମଡ଼ର୍ଣ କଣ୍ଟ୍ରୋଲ ରୁମ ଓ ପି.ସି.ଆର ବ୍ୟବସ୍ଥା ପାଇଁ ଅନୁରୋଧ କରିଥିଲେ।

ଏହି ପୁଲିସ ଅଧିକାରୀ ସମ୍ମିଳନୀ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିଲା । ଏଥିରେ ସବୁ ଜିଲ୍ଲା ଏସପି, ଆଇଜି ଡ଼ିଆଜି ଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣାନ,ଗୃହ ସଚିବ ଅସିତ ତ୍ରିପାଠୀ ଓ ଅର୍ଥ ସଚିବ ଟିକେ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।

Sikshaya
Leave A Reply

Your email address will not be published.