ଜାପାନ ଉପକୂଳରେ ବୁଡିଗଲା ଗୋରୁ ବୋଝେଇ ଜାହାଜ, ୪୩ କର୍ମଚାରୀ ନିଖୋଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାପାନ ଉପକୂଳରେ ଏକ ମାଲବାହୀ ଜାହାଜ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇ ବୁଡିଯାଇଛି। ଏହି ଜାହାଜରେ ପ୍ରାୟ ୪୩ ଜଣ କର୍ମଚାରୀ ଓ ପ୍ରାୟ ୬ ହଜାର ଗୋରୁ ଥିଲେ। ଖବର ପାଇ ଜାପାନୀ କୋଷ୍ଟ ଗାର୍ଡ ଜଣକୁ ଉଦ୍ଧାର କରିଛି। ଗଲଫ ଲାଇଭଷ୍ଟକ-୧ ନାମକ ଏହି ଜାହାଜଟି ଜାପାନ ଉପକୂଳରେ ଥିବା ପୂର୍ବ ଚୀନ୍ ସାଗରରେ ଆସିଥିବା ମାୟସାକ ସାମୁଦ୍ରିକ ବାତ୍ୟା ସଂସ୍ପର୍ଶରେ ଆସି ବୁଡି ଯାଇଥିଲା ବୋଲି ଉଦ୍ଧାର ପାଇଥିବା ଯାତ୍ରୀ କହିଛନ୍ତି।
ଅନ୍ୟ କର୍ମଚାରୀ ଓ ଯାତ୍ରୀମାନଙ୍କୁ ଖୋଜାଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାହାର ପତ୍ତା ମିଳିନାହିଁ। ଜାହାଜରେ ଥିବା ୪୦ କର୍ମଚାରୀ ଓ ଯାତ୍ରୀଙ୍କ ମଧ୍ୟରୁ ୩୯ ଜଣ ଫିଲିପାଇନ୍ସର ଥିବାବେଳେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ଦୁଇଜଣ ଲେଖାଏଁ ଥିଲେ। ଉଦ୍ଧାର ପାଇଥିବା ବ୍ୟକ୍ତିର ନାଁ ଏଡୱାର୍ଡ ସାରେନୋ ଓ ସେ ଫିଲିପାଇନ୍ସର ବାସିନ୍ଦା ବୋଲି ଜଣାପଡିଛି। ସେ କହିଛି ଯେ, ଜାହାଜର ଇଞ୍ଜିନ ଖରାପ ହୋଇଯାଇଥିଲା। ଏହାପରେ ଜାହାଜଟି ବାତ୍ୟାର ସମ୍ମୁଖୀନ ହୋଇ ବୁଡିଯାଇଥିଲା। ବୁଡିବାବେଳେ ସେ ଲାଇଫ-ଜ୍ୟାକେଟ୍ ପିନ୍ଧି ପାଣିକୁ ଡେଇଁ ପଡିଥିଲେ। କିନ୍ତୁ ଉଦ୍ଧାର ପାଇବା ପୂର୍ବରୁ ସେ ଅନ୍ୟ କାହାକୁ ଦେଖିନାହାନ୍ତି। ଅନ୍ୟପକ୍ଷରେ ଜାହାଜରେ ଥିବା ୬ ହଜାରରୁ ଅଧିକ ଗୋରୁ ବୁଡିଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.