ଭୁବନେଶ୍ୱରରୁ ୬୩ କରୋନା ପଜିଟିଭ ଚିହ୍ନଟ : ୯୩ ସୁସ୍ଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱରରେ ୬୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫ ଓ ସ୍ଥାନୀୟ ସଂକ୍ରମଣ ୪୮ଜଣ ରହିଛନ୍ତି। ଅନ୍ୟପଟେ ୯୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୮୩୭ ହୋଇଥିବାବେଳେ ୨୮ ହଜାର ୮୫୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୮୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୭୯ ଜଣ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.