ପୁଣି ୬୫ ପଜିଟିଭ ଚିହ୍ନଟ, ୭୩୭କୁ ଵୃଦ୍ଧି ହେଲା ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁଣି ୬୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି । ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ ଜଣ କ୍ୱାରେନଟାଇନ ହୋମରେ ଥିବା ବେଳେ ୩ଜଣ ହୋମ କ୍ୱାରେନଟାଇନରେ ରହିଥିଲେ ।

ସୂଚନା ଅନୁଯାୟୀ, ଆଜିର ୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ୩୧, ଗଞ୍ଜାମ ୧୩, କଟକ୬, କେନ୍ଦ୍ରାପଡା ୪, ପୁରୀ ୪, ଖୋର୍ଦ୍ଧା ୩, ନୟାଗଡ଼ ଦୁଇ ଓ ମୟୁରଭଞ୍ଜରୁ ଦୁଇ ଜଣ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ମୋଟ ୭୩୭ ପଜିଟିଭ ମଧ୍ୟରୁ ୫୬୮ ଜଣ ଚିକିତ୍ସିତ ହେଉଥିବା ବେଳେ ୧୬୬ ଜଣକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.