ପଟ୍ଟନାୟକିଆ ଛକ ଟ୍ରିପଲ୍ ମର୍ଡରର ମାଷ୍ଟର ମାଇଣ୍ଡ ସମେତ ୬ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇଦିନ ତଳେ ପୁରୀ ପଟ୍ଟନାୟକିଆ ଛକରେ ଘଟିଥିବା ଟ୍ରିପଲ୍ ମର୍ଡରର ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ପୁଲିସ୍‌ ଗିରଫ କରିଥିବା ସୂଚନା ଦେଇଛନ୍ତି ଡିଜିପି ଆର.ପି ଶର୍ମା ।

ସୂଚନା ଅନୁଯାୟୀ, ପୁରୀ ପଟ୍ଟନାୟକିଆ ଛକ ନିକଟରେ ରବିବାର ଦିନ ସନ୍ଧ୍ୟାରେ ରାସ୍ତା ଉପରେ ତିନି ଜଣ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କରାଯାଇଥିଲା । ମୃତକମାନେ ସଦାନନ୍ଦପୁରର ଗୋଟିଏ ପରିବାରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା । ସେମାନେ ପଟ୍ଟନାୟକିଆକୁ କୌଣସି କାର୍ଯ୍ୟ ପାଇଁ ଆସିଥିବାବେଳେ ଦୋକାନରେ ଲୁଚି ରହିଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ହିଁ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଯାହାକି ପୋଲିସର ଅପରଗତାକୁ ଦର୍ଶାଇଥିଲା । ଏହି ହିଂସାକୁ ନେଇ ବିଧାନସଭାରେ ବିରୋଧୀ ଗତକାଲି ହଟ୍ଟଗୋଳ କରିଥିଲେ ।

Leave A Reply

Your email address will not be published.