କରୋନାରେ ଆଉ ୭ ଜଣଙ୍କ ଜୀବନ ଗଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କରୋନା ନେଲା ଆଉ ୭ ଜଣଙ୍କ ଜୀବନ। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି । ସମ୍ବଲପୁର-୩, ବରଗଡ଼-୨, ଭଦ୍ରକ ଓ ଖୋର୍ଦ୍ଧା ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଭୁବନେଶ୍ୱରର ଜଣେ ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ହାଇପର ଟେନ୍‌ସନ୍‌, ଡାଇବେଟିସ୍‌, କରୋନାରୀ ଆର୍ଟେରୀ ଡିଜିଜ୍‌ ଭଳି ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ବରଗଡ଼ରୁ ମଧ୍ୟ ଜଣେ ୭୬ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ହାଇପରଟେନ୍ସନ୍‌ ଓ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ ।

Leave A Reply

Your email address will not be published.