ଆତ୍ମସମର୍ପଣ କଲେ ୭୦୦ ମାଓସମର୍ଥକ

0

ଆତ୍ମସମର୍ପଣ କଲେ ୭୦୦ ମାଓସମର୍ଥକ । ଆଜି ଅଣ୍ଡରାହାଲ ବିଏସଏଫ କ୍ୟାମ୍ପରେ ଡିଆଇଜିଙ୍କ ଉପସ୍ଥିତିରେ ୭ ଶହ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଓଡ଼ିଶାର ୩ ଶହ ମିଲିସିଆ ଥିବା ସୂଚନା ମିଳିଛି।

ପୋଲିସ ପ୍ରଶାସନର ଘରବାହୁଡ଼ା କାର୍ୟ୍ୟକ୍ରମରେ ସାମିଲ ହୋଇ ମୁଖ୍ୟସ୍ରୋତରେ ଲେଉଟିଛନ୍ତି ୫ ଖଣ୍ତ ଗାଁ ଲୋକେ। ଅଣ୍ତ୍ରାହଲ ବିଏସ୍ଏଫ୍ କ୍ୟାମ୍ପ ପରିସରରେ ଡିଆଇଜି ରାଜେଶ ପଣ୍ତିତଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ବିକାଶ ଧାରାରେ ସାମିଲ ହୋଇ ସରକାରଙ୍କ ସବୁ ଯୋଜନାରେ ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଏହା ସହ ଅଂଚଳରୁ ମାଓବାଦୀଙ୍କୁ ତଡ଼ିବାକୁ ମାଓ ପୋଷାକରେ କୁଶପୂତ୍ତଳିକା ଦାହ କରିଛନ୍ତି ଅଂଚଳବାସୀ। ମାଲକାନଗିରି ଜିଲ୍ଲା ବଣ୍ତାଘାଟିର ଅଣ୍ତେଇପଦର , ବିଶୋୟୀଗୁଡା , ପାତ୍ରପୁଟ , ଖାଲଗୁଡା ଓ ଭୋଜଗୁଡା ଆଦି ଦୁର୍ଗମ ଗାଁର ଲୋକେ ମାଓ ସଂଗଠନରୁ ହାତ ଛାଡ଼ିଛନ୍ତି । ଜିଲା ପୋଲିସ ଓ ବିଏସ୍ଏଫ୍ ତରଫରୁ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଗ୍ରାମବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଆତ୍ମସମର୍ପଣ କାର୍ଯ୍ୟକ୍ରମରେ କୋରାପୁଟ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମ ରାଓ ଓ ମାଲକାନଗିରି ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ।

SOA post below
Leave a comment