ଆଖି ପିଚୁଳାକେ ଝାମ୍ପିନେଲେ ୭୦ ହଜାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରିପଦା ସହର ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। ଦିନ ହେଉ ଅଥବା ରାତି ଜନସାଧାରଣଙ୍କ ଧନଜୀବନ ବପନ୍ନ ହୋଇପଡ଼ିଛି। ଦିନ ଦ୍ୱିପହରରେ ଲୁଟପାତ ହେଉଛି। ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ୭୦ ହଜାର ଟଙ୍କା ଛଡ଼ାଇ ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ବାରିପଦା ପୌରପରିଷଦ ପୂର୍ଣ୍ଣଚନ୍ଦ୍ରପୁରର ଜୟନ୍ତ ଲେଙ୍କା(୩୪) ଆଜି ମଧ୍ୟାହ୍ନରେ ଷ୍ଟେସନ ବଜାରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୮୦ ହଜାର ଟଙ୍କା ଉଠାଇ ନିଜର ସ୍କୁଟି ଡିକିରେ ରଖିଥିଲେ। ଏହି ପରେ ଭପୁର ନିକଟରେ ଜଣେ ବ୍ୟକ୍ତିଙ୍କୁ ୬ ହଜାର ଟଙ୍କାଦେବା ପାଇଁ ଡିକି ଭିତରୁ ଟଙ୍କା ବାହାର କରି ଗଣୁ ଥିବାବେଳେ ୨ ଜଣ ବ୍ୟକ୍ତି ଏକ ବାଇକରେ ଆସି ଟଙ୍କା ଓ ପାଶବୁକ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଲୁଟେରାମାନେ ନେଇ ଯାଇଥିବା ଟଙ୍କାର ପରିମାଣ ୭୦ ହଜାର ଟଙ୍କା ବୋଲି ଜଣାପଡ଼ିଛି। ଏହାକୁ ନେଇ ଜୟନ୍ତ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.