୭୫୩ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ଆଜି ରାତି ୧୦ରୁ ଟ୍ରେନ ଚଳାଚଳ ବନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡିପ୍‌ ଡିପ୍ରେସନ୍‌ ‘ତିତ୍‌ଲି’ ବର୍ତ୍ତମାନ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ଅଛି । କଲି ସକାଳ ୫.୩୦ ସୁଦ୍ଧା ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌, ଅରେଞ୍ଜ୍‌ ଓ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଉଭୟ ପର୍ଶ୍ଵରୁ ଆଜି ରାତି ୧୦ ଟା ପରଠାରୁ ଉଭୟ ପର୍ଶ୍ଵରୁ ଟ୍ରେନ ଚଳାଚଳ ବାତିଲ କରାଯାଇଛି ।

ଆଜି ରେଡ୍‌ ୱାର୍ଣ୍ଣିଂ ଜୋନ୍‌ରେ ୭ଟି ଜିଲ୍ଲା ରହିଛି ଏହି ଜିଲ୍ଲାଗୁଡିକ ହେଲା ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର । ସେହିପରି ଅରେଞ୍ଜ ୱାର୍ଣ୍ଣିଂ ଜୋନ୍‌ରେ ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲା ରହିଛି । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୧୧ ତାରିଖ ପାଇଁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ କରାଯାଇଛି । ଏହା ସହିତ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲା ଗୁଡିକର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଉପକୂଳ ଜିଲ୍ଲାଗୁଡିକରେ  ୧୧ଟି ଏନ୍‌ଡିଆର୍‌ଏଫ୍‌ ଓ ୨୦ ଟି ଓଡ୍ରାଫ୍‌ ଟିମ୍‌ ଙ୍କୁ ପଠାଯାଇଛି । ସେହିପରି ଆବଶ୍ୟକ ସ୍ଥଳେ ଯେକୌଣସି ମୁହୂର୍ତ୍ତରେ ବାୟୁସେନା ଓ ନୌସେନଙ୍କ ସାହାଯ୍ୟ ନିଆଯାଇପାରେ ବୋଲି ସେମାନଙ୍କୁ ଅବଗତ କରାଯାଇଛି ।

ଉପକୂଳ ଜିଲ୍ଲାରେ ବନ୍ୟା ଅଶାଙ୍କା ଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହିସବୁ ଜିଲ୍ଲାରେ ୮୩୬ଟି ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମର ୭୫୩ ଜଣଙ୍କୁ ପ୍ରଶାସନ ତରଫରୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇସାରିଲାଣି ।

ତିତିଲିର ମୁକାବିଲା କରିବା ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ,ଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନର, ଉର୍ଣ୍ଣୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ ଙ୍କ ସମେତ ବାତ୍ୟା ମୁକାବିଲା ରେ ସଂଶ୍ଲିଷ୍ଟ ଅନ୍ୟ ସବୁ ବିଭାଗ ର ସଚିବ ମାନେ ଉପସ୍ଥିତ ଥିଲେ । ଆସନ୍ତା କାଲି ୧୧ ଏବଂ ୧୨ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲାବେଳେ ଆସନ୍ତା କାଲି ହେବାକୁ ଥିବା କଲେଜ ଇଲେକ୍ସନ ବନ୍ଦ ହୋଇ ଥବା କଥା ଜଣାପଡ଼ିଛି।

Leave A Reply

Your email address will not be published.