ରାଜ୍ୟରେ ସୁସ୍ଥ ହେଲେ ୭୫୬ କରୋନା ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶନିବାର ରାଜ୍ୟର ୨୫ଟି ଜିଲ୍ଲାରୁ ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୨୧ ହଜାର ୨୭୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୧୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଗଂଜାମରୁ ୧୩୯ ଜଣ, କଟକରୁ ୭୮ ଜଣ, ସୁନ୍ଦରଗଡ଼ରୁ ୫୮ ଜଣ, ଗଜପତିରୁ ୪୯ ଜଣ, ଭଦ୍ରକରୁ ୩୩ ଜଣ, କେନ୍ଦୁଝରରୁ ୩୧ ଜଣ, ପୁରୀରୁ ୩୧ ଜଣ, ନୟାଗଡ଼ରୁ ୨୨ ଜଣ, ରାୟଗଡ଼ାରୁ ୨୦ ଜଣ, ବାଲେଶ୍ୱରରୁ ୧୯ ଜଣ, କୋରାପୁଟରୁ ୧୮ ଜଣ, ମାଲକାନଗିରିରୁ ୧୬ ଜଣ, ନବରଙ୍ଗପୁରରୁ ୧୩ ଜଣ, କନ୍ଧମାଳ ଓ ସମ୍ବଲପୁରରୁ ୧୦ ଜଣ ଲେଖାଏଁ, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୯-୯ ଜଣ, ଜଗତସିଂହପୁରରୁ ୮ ଜଣ, ବରଗଡ଼ରୁ ୭ ଜଣ, ଢେଙ୍କାନାଳ ଓ ଝାରସୁଗୁଡ଼ାରୁ ୬ ଜଣ ଲେଖାଏଁ, ବଲାଙ୍ଗୀର ଓ କଳାହାଣ୍ଡିରୁ ୨-୨ ଜଣ ଓ ଅନୁଗୁଳରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.