ନିର୍ମାଣଧୀନ ବିଲ୍ଡିଂର ଲିଫ୍ଟ ଭାଙ୍ଗିଯିବାରୁ ଗଲା ୮ ଜଣ ଶ୍ରମିକଙ୍କ ଜୀବନ

0

ଗୁଜରାଟର ଅହମ୍ମଦାବାଦରେ ବୁଧବାର ଘଟିଛି ବଡ ଧରଣର ଦୁର୍ଘଟଣା। ଏକ ନିର୍ମାଣଧୀନ ବିଲ୍ଡିଂର ଲିଫ୍ଟ ଭାଙ୍ଗିଯିବା କାରଣରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ଦୁଇ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣା ସେହି ସମୟରେ ହୋଇଥିଲା, ଯେତେବେଳେ ବିଲ୍ଡିଂର ନିର୍ମାଣ କାର୍ଯ୍ୟ କାର୍ଯ୍ୟ

ଗମ୍ଭୀର ଭାବରେ ଆହତ ଲୋକଙ୍କୁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଓ ଅହମ୍ମଦାବାଦ ଫାୟାର ବ୍ରିଗେଡ୍‌ କର୍ମଚାରୀ ପହଁଞ୍ଚି ଯାଇଛନ୍ତି, ଯେଉଁମାନେ କି ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି।

ଘଟଣାର ସୂଚନା ସେହି ସମୟରେ ଆସିଥିଲା, ଯେତେବେଳେ ବିଲ୍ଡିଂରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଁଞ୍ଚି ଯାଇଥିଲା ଓ ଆହତଙ୍କୁ ଚିକିତ୍ସା ପାଇଁ ସୋଲା ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଥିରେ ଜଣେ ଶ୍ରମିକଙ୍କ ସ୍ଥିତି ଗମ୍ଭୀର ବୋଲି କୁହାଯାଉଛି। ଦମକଳ ବିଭାଗର ଅଧିକାରୀଙ୍କ କହିବା ଅନୁସାରେ, ଆମକୁ ଦୁର୍ଘଟଣାର ସୂଚନା ଦିଆଯାଇ ନାହିଁ। ଆମକୁ ଖବର ଜରିଆରେ ଜଣାପଡିଛି। ବର୍ତ୍ତମାନ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ସୁରକ୍ଷା ସହିତ ଅନ୍ୟ ସବୁ ସୁବିଧାର ଯାଞ୍ଚ କରୁଛନ୍ତି।

SOA post below
Leave a comment