କୋଭିଡ ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ୮ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୁଜୁରାଟ ଅହମଦାବାଦର ନଭରଙ୍ଗପୁରାସ୍ଥିତ ଶ୍ରେୟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ମହିଳା ଥିବା ଜଣାଯାଇଛି। ହସ୍ପିଟାଲରେ ଥିବା ୪୦ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଗୁରୁବାର ଭୋର ପ୍ରାୟ ୩ଟା ୩୦ ସମୟରେ ହସ୍ପିଟାଲର ଆଇସିୟୁରୁ ପ୍ରଥମେ ଏହି ଅଗ୍ନିକାଣ୍ଡ ବ୍ୟାପିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଙ୍ଗେ ସଙ୍ଗେ ହସ୍ପିଟାଲରେ ଫସିଥିବା ରୋଗୀଙ୍କୁ ସେମାନେ ବାହାର କରି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନ ଥିଲେ ମଧ୍ୟ ସର୍ଟ ସର୍କିଟ୍‌ ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି। କୋଭିଡ ହସ୍ପିଟାଲରେ ଘଟିଥିବା ଏପରି ଭୟାବହ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ତଦନ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୃୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାରର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.