କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ସଂରକ୍ଷିତ ରହିବ ୮୦% ଆଇସିୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଘରୋଇ ହସପିଟାଲରେ ହେଉଥିବା କରୋନା ଚିକିତ୍ସା ବାବଦରେ ଓଡ଼ିଶା ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରେକଲାରେ ଥିବା ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲମାନେ ନିଜ ସାଧାରଣ ଶଯ୍ୟା ବା ଜେନେରାଲ ବେଡର ଅଧା ଓ ଆଇସିୟୁ ଶଯ୍ୟାର ୮୦ ପ୍ରତିଶତ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ ହେବ। ଏହା ସହିତ ଜରୁରୀ ପରିସ୍ଥିତିରେ ସମଗ୍ର ହସପିଟାଲକୁ କୋଭିଡ ହସପିଟାଲରେ ପରିବର୍ତ୍ତନ କରିବାର ବିକଳ୍ପ ଖୋଲା ରହିବ। ଓଡିଶା ସରକାର ଗତ ଅଗଷ୍ଟ ୨୮ରେ ଏକ ବିଜ୍ଞପ୍ତି ଜାରି କରି ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ସରକାର ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ଲାଗି ଦର ଧାର୍ଯ୍ୟ କରିଥିଲେ। ସାଧାରଣ ଶଯ୍ୟା ପାଇଁ ଦୈନିକ ୨୯୫୦ରୁ ୪୭୫୦, ଆଇସିୟୁ ୧୦ରୁ ୧୭ ହଜାର ଓ ଆଇସିୟୁ ସହ ଭେଣ୍ଟିଲେଟର୍ ପାଇଁ ୧୨ରୁ ୧୮ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହି ଦର ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲ ପାଇଁ ଲାଗୁ ହେଉଛି।

Leave A Reply

Your email address will not be published.