୮ଟି ଟ୍ରକରୁ ୭୦ ଲକ୍ଷ ଟଙ୍କାର ବାଣ ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗଞ୍ଜାମ ଜିଲ୍ଲା ନଳବନ୍ତ ଗ୍ରାମରେ ପୁଲିସ ଚଢ଼ଉ କରି ୮ଟି ମିନି ଟ୍ରକରୁ ୭୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏଥିସହିତ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ ଜଣ ହେଲେ ଲବ ବେହେରା, ଜିତୁ ପ୍ରଧାନ ଓ ରଞ୍ଜନ ପ୍ରଧାନ।
ସୂଚନା ଅନୁସାରେ ନଳବନ୍ତ ଗ୍ରାମରେ ବାଣ ତିଆରି ଓ ବିକ୍ରି ହେଉଥିବା ନେଇ କୌଣସି ସୂତ୍ରରୁ ପୁଲିସ ସୂଚନା ପାଇଥିଲା। ଏନେଇ ଆଜି ସାନଖେମୁଣ୍ଡି ପୁଲିସ ଉକ୍ତ ଗ୍ରାମରେ ଚଢ଼ଉ କରି ସେଠାରେ ୮ଟି ମିନି ଟ୍ରକରୁ ବିପୁଳ ପରିମାଣର ବାଣ ଜବତ କରିଛି।

ଏହି ପରିପ୍ରେକ୍ଷୀରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନେ ସେଠାରୁ ଖସି ପଳାଇଥିଲେ। ଜବତ ବାଣ ମଧ୍ୟରେ କୁମ୍ପି, ଫୁଲଝରି, ଫୋଟକା, ଚକ୍ରି, ମର୍କୁରି ଟର୍ଚ, ଝୁରି, ମଠପି, ଲଙ୍ଗ ସଟ୍, କଲର ସଟ୍, ଆକାଶ ଦୀପ ଓ ଅଧିକ ଆବାଜ କରୁଥିବା ବାଣ ରହିଛି। ଏହି ଜବତ ବାଣର ମୂଲ୍ୟ ୭୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

ଏଥିସହିତ ପୁଲିସ ସେଠାରୁ ଗନ ପାଉଡର, ତାଳ ପତ୍ର, ବାଣ ପ୍ରସ୍ତୁତ ସାମଗ୍ରୀ, ନାଇଟ୍ରୋଜେନ ପାଉଡର, ସଲଫର ପାଉଡର, ଚାରକୋଲ ଓ ଗୋଟେ ଲୁହା ସିଲିଣ୍ଡର ଜବତ କରିଛି। ସେହିପରି ଫେରାର ହୋଇଯାଇଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Leave A Reply

Your email address will not be published.