ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦଖିବାକୁ ଚାହାନ୍ତି ୮୩.୮୯% ଭୋଟର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନକୁ ମାତ୍ର କେଇଟା ସପ୍ତାହ ବାକି ଥିବା ବେଳେ ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୁଅନ୍ତୁ ବୋଲି ଦେଶର ୮୪ ପ୍ରତିଶତ ଲୋକ ମତବ୍ୟକ୍ତ କରିଛନ୍ତି । ମେଗା ଟାଇମ୍ସ ଗ୍ରୁପ୍‌ ପକ୍ଷରୁ ଅନୁଷ୍ଠିତ ଅନ୍‌ଲାଇନ୍‌ ମେଗାପୋଲ୍‌ରେ ୨ଲକ୍ଷ ଭୋଟର ମତ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୪ ପ୍ରତିଶତ ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି । ତେବେ ଏହି ଅନ୍‌ଲାଇନ୍‌ ଭୋଟିଂରେ ମୋଦିଙ୍କ ପର୍ଶନାଲିଟିକୁ ଅନେକ ଭୋଟର ପସନ୍ଦ କରିଛନ୍ତି । ଏହି ପୋଲିଂରେ ମୋଦିଙ୍କ ପଛକୁ ଦ୍ୱିତୀୟ ପସନ୍ଦରେ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମୋଦିଙ୍କୁ ୮୩.୮୯ ପ୍ରତିଶତ ଲାଇକ୍‌ କରିଥିବା ବେଳେ ରାହୁଲଙ୍କୁ ୮.୩୩ ପ୍ରତିଶତ ଲାଇକ୍‌ ମିଳିଛି । ତାଙ୍କ ପଛରେ ରହିଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପଛକୁ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ନାମ ରହିଛି । ଏହି ଅନ୍‌ଲାଇନ୍‌ ଭୋଟିଂରେ ଭାଜପାର କାର୍ଯ୍ୟ କରିବା ଶୈଳୀକୁ ଅନେକେ ପସନ୍ଦ କରିଛନ୍ତି । ଏବଂ ୨୦୧୪ ତୁଳନାରେ ଜଣେ ରାଜନେତା ଭାବେ ରାହୁଲଙ୍କର ଲୋକପ୍ରିୟତା ଏବେ ହ୍ରାସ ପାଇଛି ବୋଲି ଏହି ମେଗାପୋଲ୍‌ରୁ ଜଣାପଡ଼ିଛି ।

Leave A Reply

Your email address will not be published.