ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ବ୍ରିଟେନରୁ ଭାରତ ଆସୁଥିବା ସମସ୍ତ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର। ତେବେ ଏହା ପୂର୍ବରୁ ବ୍ରିଟେନରୁ ଭାରତକୁ ଆସିଥିବା ଯାତ୍ରୀଙ୍କୁ ଠାବ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାବର ଅମୃତସରକୁ ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ୮୪୧ ଯାତ୍ରୀ ଗାଏବ ଥିବା ସୂଚନା ମିଳିଛି। ନିକଟରେ ୧୫୫୦ ଯାତ୍ରୀ ବ୍ରିଟେନରୁ ଆସି ଅମୃତସର ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ବିମାନବନ୍ଦର କର୍ତ୍ତୃପକ୍ଷ କେବଳ ୭୦୯ ଯାତ୍ରୀଙ୍କ ବିବରଣୀ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛି। ଅନ୍ୟ ୮୪୧ ଯାତ୍ରୀଙ୍କ ବିଷୟରେ କୌଣସି ସୂଚନା ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ।