କମୁଛି ହୀରାକୁଦର ଜଳସ୍ତର; ବନ୍ଦ ହେଲା ୮ଟି ଗେଟ

0

ଧୀରେ ଧୀରେ ହୀରାକୁଦର ଜଳସ୍ତର କମୁଛି । ରାଜ୍ୟରେ ବନ୍ୟା ସ୍ଥିତି ଲାଗିରହିଥିବାବେଳେ ୨ ଦିନ ହେବ ବର୍ଷାର ପରିମାଣ କମିଛି । ଯାହା ଫଳରେ ଆଜି ମୋଟ ହୀରାକୁଦର ୮ଟି ଗେଟ ବନ୍ଦ କରାଯାଇଛି।

ସୂଚନା ଅନୁଯାୟୀ, ଏବେ ୩୨ ଗେଟ ମଧ୍ୟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରରେ ଏବେ ଜଳସ୍ଥର ୬୨୩.୯୧ ଫୁଟ ରହିଛି। ହୀରାକୁଦର ଡାହାଣ ପାର୍ଶ୍ୱରେ ୮ଟି ଏବଂ ବାମ ପାର୍ଶ୍ୱରେ ୨୪ଟି ଗେଟ ଖୋଲା ରହିଛି। ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୨୪ ହଜାର ୭୮୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୫ ଲକ୍ଷ ୪୫ ହଜାର ୪୭୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

SOA post below
Leave a comment