ଦିଲ୍ଲୀ ଗସ୍ତରେ ଯିବେ ଓଡିଶାର ୨୫ ଜଣିଆ ବିଧାୟକ ଦଳ; ରାଷ୍ଟ୍ରପତିଙ୍କୁ କରିବେ ସାକ୍ଷାତ

0

ଆସନ୍ତା ଅଗଷ୍ଟ ୨ ତାରିଖରେ ଦିଲ୍ଲୀ ଗସ୍ତ କରିବେ ଓଡିଶାର ୨୫ ଜଣିଆ ବିଧାୟକ ଦଳ । ଓଡିଶା ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ୨୫ ଜଣିଆ ବିଧାୟକ ଦଳ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଦିଲ୍ଲୀ ଗସ୍ତ କରିବେ । ୩ ତାରିଖରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ ।

ଦିଲ୍ଲୀ ଯିବେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୫ ଜଣ ବିଧାୟକ । ବିଜେଡିର ୧୫, ବିଜେପିର ୬ ଓ କଂଗ୍ରେସର ୩ ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିବେ । ୨ ତାରିଖରେ ଦିଲ୍ଲୀ ଗସ୍ତ କରି ୩ ତାରିଖରେ ରାଇସିନା ହିଲରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଓଡ଼ିଶାର ସର୍ବଦଳୀୟ ବିଧାୟକ ଦଳ ।

ଗତ ୨୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ସଂକଳ୍ପ ପ୍ରସ୍ତାବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଲାଗି ପ୍ରସ୍ତାବକୁ ଆଗତ କରିଥିଲେ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାୟକ ମାନଙ୍କର ଏକ ଟିମ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରସ୍ତାବ ରଖିଥିଲେ । ଏନେଇ ବିଚାର କରାଯାଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

SOA post below
Leave a comment