ପୋଲିସ କୁ ଦେଖି ଓଲଟିଲା କାର, ଡ୍ରାଇଭର ଫେରାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ସଦର ଥାନା ଅଧିନସ୍ଥ ତାପଙ୍ଗ ଛକରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଉକ୍ତ କାର୍‌ରୁ ୫୦ ପ୍ୟାକେଟ୍‌ ଗଞ୍ଜେଇ ଜବତ ହୋଇଛି ଯାହାର ମୂଲ୍ୟ ପାଖାପାଖି ୮ଲକ୍ଷ ଟଙ୍କା ହେବ।

ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥରେ ପୁଲିସ ଚେକିଂ ଚାଲିଥିବା ବେଳେ ଏକ କାର୍‌ ହଠାତ ବ୍ରେକ ମାରିଥିଲା । ଯାହାଦ୍ୱାରା କାର୍‌ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ଆହତଙ୍କୁ ଉଦ୍ଧାର କରିବାକୁ ଯିବା ମଧ୍ୟରେ ଡ୍ରାଇଭର ସେ ସ୍ଥାନରୁ ଚମ୍ପଟ ମାରିଥିଲା । କାର ର ତଲାସୀ ନେବାରୁ ୫୦ ପ୍ୟାକେଟ ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହି ଗଞ୍ଜେଇ କେଉଁଠୁ ‌ଆସୁଥିଲା ଓ କେଉଁଠିକୁ ଯାଉଥିଲା, ତାର ତଦନ୍ତ କରୁଛି ପୁଲିସ।

Leave A Reply

Your email address will not be published.