ରାଜଧାନୀରେ ସ୍କୁଲ ପଡିଆରୁ ମିଳିଲା ମୃତଦେହ, ହତ୍ୟା ସନ୍ଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ର ନୟାପଲ୍ଲୀ ଅଞ୍ଚଳରରେ ଏକ ଯୁବକର ମୃତଦେହ ମିଳିଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ପରି ଜଣାପଡୁଛି । ମୃତ ଦେହ ଆଇଆରସି ଭିଲେଜ ହାଇସ୍କୁଲ ପଡିଆରେ ପଡିଥିବା ଖବର ପାଇ ନୟାପଲ୍ଲୀ ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ଏକ ୩୫ ରୁ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଆଇଆରସି ଭିଲେଜ ହାଇସ୍କୁଲ ପଡିଆରେ ପଡିଥିବା ଦେଖିବାକୁ ପାଇଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କର ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ଲୋକେ ପୋଲିସ କୁ ଖବର ଦେଇଥିଲେ । ନୟାପଲ୍ଲୀ ପୋଲିସ ସେସ୍ଥାନରେ ପହଞ୍ଚି ଶବ କୁ ଜବତ କରିବା ସହ ଏହାର ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ପରି ଜଣାପଡୁଛି । ସେ ଏକ ଫୁଲ ପ୍ୟାଣ୍ଟ ଓ ଫୁଲ ପ୍ୟାଣ୍ଟ ପିନ୍ଧିଛନ୍ତି । ଯୁବକର ମୁଣ୍ଡ, ପିଠି ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି । କେହି ତଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ମୃତଦେହ ନିକଟରେ ଚପଲ, ମୋବାଇଲ, ମନିପର୍ସ ପଡିଥିଲା । ପୋଲିସ ଏସବୁ ଜିନିଷ ଜବତ କରି ଅନୁସନ୍ଧାନ କରୁଛି । ମୃତକଙ୍କ ପରିଚୟ ମିଳିବା ପରେ ହତ୍ୟାକାଣ୍ଡର ରହସ୍ୟ ଖୋଲିବ ବୋଲି ପୋଲିସ ଆଶା ରଖିଛି।

Leave A Reply

Your email address will not be published.