କାର ରୁ ମିଳିଲା ଯୁବତୀଙ୍କ ମୃତଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାର ରୁ ମିଳିଲା ମହିଳାଙ୍କ ମୃତଦେହ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧିନସ୍ଥ ଶ୍ରୀରାମ ନଗର ହନୁମାନ ମନ୍ଦିର ନିକଟରୁ ଏକ କାର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । କାରଟିର ଆଗ ସିଟ ରେ ଯୁବତୀ ଜଣଙ୍କର ମୃତ ଦେହ ଠାବ କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଲିଙ୍ଗରାଜ ଥାନା ଅଧିନସ୍ଥ ଶ୍ରୀରାମ ନଗର ହନୁମାନ ମନ୍ଦିର ନିକଟରେ ଥୁଅ ହୋଇଥିବା ଓଆର୦୨ ଏଏମ ୨୬୦୦ ନମ୍ବର ବିଶିଷ୍ଟ ଏକ ଟାଟା ସଫାରି ଗାଡ଼ି ଭିତରୁ ଉଦ୍ଧାର ହୋଇଛି ଜଣେ ୩୦/୩୫ ବର୍ଷ ବୟସର ଯୁବତୀଙ୍କ ମୃତଦେହ । ଯାହାକି କାର ର ଆଗ ସିଟ ଓ ଡ୍ରାଇଭର ସିଟ ଉପରେ ତାହା ପଡିରହିଥିଲା । ଗାଡିଟିର ଡାହାଣ ପାର୍ଶ୍ୱ ଟି ଚେପା ହୋଇଥିବାରୁ ତାହା ଦୁର୍ଘଟଣା ଗ୍ରସ୍ତ ହୋଇ ହୋଇଛି ନା ତାହା ପୂର୍ବରୁ ଚେପା ହୋଇଥିଲା ଜଣାପଡିନାହିଁ । ତେବେ ଯୁବତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ନ ତାଙ୍କର ହତ୍ୟା କରାଯାଇ କାର ମଧ୍ୟରେ ଲୁଚାଇ ରଖାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ମଧ୍ୟରୁ ଯୁବତୀ ଙ୍କର ମନିପର୍ସ, ବ୍ୟାଗ୍ ଆଦି ଜବତ କରିଛି । ପ୍ରାଥମିକ ତଦନ୍ତରୁ ଗାଡି ମାଲିକଙ୍କ ଖବର ମିଳିଥିବା ବେଳେ ଯୁବତୀ ଜଣକ ତାଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ପୋଲିସ ମହିଳାଙ୍କ ଶବ ଉଦ୍ଧାର କରିବା ସହ କେଉଁ ପରିସ୍ଥିତିରେ ଓ କିପରି ତାଙ୍କ ମୃତ୍ୟୁ ହୋଇଛି ତାହାକୁ ନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.