ସଂସଦର ସଂଲଗ୍ନ କୋଠାରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଞ୍ଚିଲା ୭ଟି ଦମକଳ ଗାଡି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀର ସଂସଦ ଭବନ ସଂଲଗ୍ନ କୋଠାରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୭ଟି ଦମକଳ ପହଞ୍ଚି ନିଆଁ ଲିଭେଇବାକୁ ଚେଷ୍ଟା କରୁଛନ୍ତି। ଏହି ଅଗ୍ନିକାଣ୍ଡରେ କୌଣସି ଧନଜୀବନ ହାନୀ ହୋଇନଥିବା ଜଣାପଡ଼ିଛି। ବିଲ୍ଡିଂର ଷଷ୍ଠ ମହଲାରେ ନିଆଁ ଲାଗିଛି। ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା କୁହାଯାଉଛି।
ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ରାଜ୍ୟସଭା ସଚିବାଳୟ ଅନୁଯାୟୀ ରାଜ୍ୟସଭାର ସଦସ୍ୟମାନେ ଅଧିବେଶନ ସମୟରେ ଉଭୟ ଚାମ୍ବର୍‌ ଏବଂ ଗ୍ୟାଲେରିରେ ବସିବେ। ଏନେଇ ବିଧିବଦ୍ଧ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏହି ସମୟରେ ଏଭଳି ଘଟଣା ଚିନ୍ତାର ବିଷୟ ହୋଇଛି।

Leave A Reply

Your email address will not be published.