ବିଚ ରାସ୍ତାରେ ପୋଲିସ କୁ ପିଟିଲେ ଯୁବତୀ, ମାମଲା ରଜ୍ଜୁ, ତଦନ୍ତ ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ତଳେ ଭୁବନେଶ୍ୱର ର ହାର୍ଟ କୁହାଯାଉଥିବା ଏଜି ଛକ ରେ ଏଡ଼ିଜି ଙ୍କ ଝିଅ ର କାର୍ଯ୍ୟରତ ମହିଳା କନେଷ୍ଟବଳ ଙ୍କୁ କରିଥିବା ଦୁର୍ବ୍ୟବହାର ଓ ଧମକ ଲୋକଙ୍କ ମନରୁ ନଲିଭୁଣୁ କାଲି ରାତିରେ ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଘଟି ଯାଇଛି ସମାନ ପ୍ରକାର ର ଦୃଶ୍ୟ । ଏକ ବାଇକ ରେ ନିଜ ସାଙ୍ଗ ମାନଙ୍କ ସହ ଆସୁଥିବା ଏକ ଯୁବତୀ ମାଡ଼ ମାରିଛନ୍ତି କାର୍ଯ୍ୟରତ କନେଷ୍ଟବଳ ନିଳାଞ୍ଚଳ ଭୋଇଙ୍କୁ ।

ସୂଚନା ଅନୁଯାୟୀ, କାଲି ରାତି ସମୟ ପ୍ରାୟ ୯ ଟା ହେବ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ହେଲମେଟ ଚେକିଂ ସହ ଗାଡି କାଗଜ ପତ୍ର ଯାଞ୍ଚ ଚାଲିଥିବା ସମୟରେ ହଠାତ ଏକ ବାଇକ ରେ ଦୁଇଜଣ ଯୁବକ ଓ ଜଣେ ଯୁବତୀ ସେ ରାସ୍ତା ଦେଇଯିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ସେ ବାଇକ ଅଟକାଇବା ବଦଳରେ ଅଧିକ ଜୋରରେ ମାଡ଼ିଆସି ଥିଲା । ଯାହାଫଳରେ ପୋଲିସ ତାଙ୍କୁ ଅଟକାଇବାରେ ସକ୍ଷମ ହୋଇନଥିଲା । ଏହି ଘଟଣାର କିଛି ସମୟ ପରେ ସେମନେ ପୁଣି ଥରେ ସେହି ସ୍ଥାନକୁ ଆସି ଥିଲେ । ମାତ୍ର ଏଥର ର ଚିତ୍ର ଥିଲା ସମ୍ପୂର୍ଣ ଭିର୍ଣ୍ଣ । ବାଇକ ଟି ଆସି ସେଠାରେ ରହିବା ପରେ ଯୁବତୀ ଜଣକ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଦେଇଥିଲେ । ତାଙ୍କୁ ଦୁର୍ବ୍ୟବହାର କରାଯାଇଛି କହି ଜଣେ କନେଷ୍ଟବଳ ଙ୍କ କଲର ଧରି ମାଡ଼ ମାରିଥିଲେ । ସେ ସ୍ଥାନରେ କେହି ମହିଳା କନେଷ୍ଟବଳ ନଥିବାରୁ ତାଙ୍କୁ ଆୟତ୍ତ କରିବା କୁ କେହି ସାହସ କଲେ ନାହିଁ । ସେ ନିଜକୁ ବାଣୀବିହାର ର ଛାତ୍ରୀ କହି କରିଚାଲିଥିଲେ ଯୁକ୍ତିତର୍କ । ସେଠାରେ ଉପସ୍ଥିତ ଥିବା କିଛି ଲୋକଙ୍କ ହସ୍ତକ୍ଷେପ ପରେ ନରମିଥିଲେ ଯୁବତୀ ଜଣକ । ସହିଦନଗର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ଘଟଣାସ୍ଥଳ ରେ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । ଦୋଷୀଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବାକୁ କହିବାରୁ ଯୁବତୀ ଜଣକ ନିଜ ଭୁଲ ସ୍ୱୀକାର କରିଥିବା ଜଣାପଡ଼ିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କି କିଛିଦିନ ତଳେ ଘଟି ଯାଇଥିବା ଘଟଣାର ପୁନରାବୃତ୍ତି କାହିଁକି ହେଲା ? ସିସି ଟିଭି ଫୁଟେଜ ଥାଇ ମଧ୍ଯ ଏଡିଜି ଙ୍କ ଝିଅ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇଥିବାରୁ ଓ ଏକ କାର ଏବଂ ଦୁଇ ଜଣ ଅଜଣା ବ୍ୟକ୍ତି ଙ୍କ ବିରୁଦ୍ଧରେ ଏତଲା ଦିଆହେବା ଅନ୍ୟ ମାନଙ୍କର ସାହସ ବଢ଼ୁଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ସିସି ଟିଭି ପ୍ରମାଣ ଥାଇ ମଧ୍ୟ ଏହାକୁ ଦଳି ମକଚି ଦେଇ ତଦନ୍ତ ଚାଲିଛି କହି ଏଡିଜି ଙ୍କ ଝିଅ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କୁ ଗଡ଼ାଇ ଚାଲିଛି ପୋଲିସ ।ସାଧାରଣ ଜନତା ଙ୍କ ମତରେ ସେମାନେ ଯାହାକୁ ଚିହ୍ନି ପାରିଲେ ସିସି ଟିଭି ଦେଖି ମଧ୍ୟ ମହିଳା କନେଷ୍ଟବଳ କି ତଦନ୍ତ ଅଧିକାରୀ କେହି କିପରି ଏଡିଜି ଙ୍କ ଝିଅ କୁ ଚିହ୍ନି ପାରିଲେ ନାହିଁ ।

ଅପରପକ୍ଷରେ ଯୁବତୀ ଜଣକ ଥାନାରେ କୌଣସି ଲିଖିତ ଅଭିଯୋଗ ଦେଇନଥିବା ବେଳେ କନେଷ୍ଟବଳ ନିଳାଞ୍ଚଳ ଭୋଇ ସହିଦନଗର ଥାନାରେ ଯୁବକ ଓ ଯୁବତୀଙ୍କ ବିରୁଦ୍ଧରେ ଲିଖିତ ଅଭଯୋଗ କରିଥିବା ସହିଦନଗର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.