ଚପଲ ରେ ଛେଚିଲେ ଯୁବତୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଢି ଚାଲିଛି ଅସଦାଚରଣ ଘଟଣା। ସାମ୍ନାକୁ ଆସୁଛି ଅନେକ ଏଭଳି ଘଟଣା। ରାଜ୍ୟରେ ଅସୁରକ୍ଷିତ ମନେକରୁଛନ୍ତି ଯୁବତୀ,ନାବାଳିକା ଓ ମହିଳା। ଆଜି ଏଭଳି ଏକ ଦୃଶ୍ୟ ଭୁବନେଶ୍ୱର ସିଟି ବସ ରେ ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ଅସଦାଚରଣ କରିଥିବା ଯୁବକଙ୍କୁ ଚପଲରେ ଉତ୍ତମ ମଧ୍ୟମ ଦେଇଛନ୍ତି। ଏଭଳି ଏକ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି । ଏହି ଘଟଣାଟି ଖଣ୍ଡଗିରି ଅଞ୍ଚଳରେ ସିଟି ବସରେ ଘଟିଥିବା ଜଣାପଡିଛି।

ଘଟଣା କ୍ରମେ

ବସ ର ପଛ ସିଟ ରେ ବସିଥିବା ଜଣେ ଯୁବତୀଙ୍କୁ ତାଙ୍କ ସହଯାତ୍ରୀ ବାରମ୍ବାର ଛୁଇଁବାକୁ ଚେଷ୍ଟା କରୁଥିଲେ। ଯୁବତୀ ଜଣକ ପ୍ରଥମେ ଏହାର ବିରୋଧ କରିଥିଲେ ମଧ୍ୟ ଯୁବକ ଜଣକ ସୁଧୁରୀ ନଥିଲେ। ଏହାପରେ ଯୁବତୀ ଜଣକ ତାଙ୍କୁ ଚପଲ ରେ ମାଡ ମାରିଥିଲେ। ପରେ ଏହି ଯୁବକକୁ ବସରୁ ଓଲ୍ହାଇ ଦିଆଯାଇଥିଲା। ଏହି ଦୃଶ୍ୟ କୁ କେହିଜଣେ ଯାତ୍ରୀ ମୋବାଇଲ ରେ ରେକର୍ଡ କରି ଭାଇରଲ କରିଥିଲେ। ମାତ୍ର ଏ ନେଇ ଯୁବତୀ ଜଣଙ୍କ ଥାନାରେ କୌଣସି ଏତଲା ଦେଇ ନଥିବା ଜଣାପଡିଛି ।

Leave A Reply

Your email address will not be published.