ଆତ୍ମହତ୍ୟା ପାଇଁ ନଈ କୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୂଅଖାଇ ନଦୀକୁ ଡେଇଁ ପଡିଲେ ଜଣେ ମହିଳା । ନିଖୋଜ ମହିଳା ଜଣଙ୍କ ନୂଆପଲ୍ଲୀ ବେହେରାସାହିରେ ରହୁଥିବା ସୁମିତ୍ରା ଦାସ (୫୫)।

ସୂଚନା ଅନୁଯାୟୀ, ଆଜି ଦିନ ୧୨:୩୦ ରେ ସୁମିତ୍ରା କୂଅଖାଇ ବ୍ରିଜ ଉପରୁ ନଦୀକୁ ଡେଇଁ ପଡିଛନ୍ତି। ପ୍ରତକ୍ଷଦର୍ଶୀ ଙ୍କ କହିବା ମୁତାବକ ସୁମିତ୍ରା ଝିଅ ସହ ଏକ ସ୍କୁଟିରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିଲେ । ସେ ବ୍ରିଜ ପାଖରେ କିଛି ସମୟ ଛିଡ଼ା ହୋଇଥିଲେ । କେହି କିଛି ବୁଝିବା ପୂର୍ବରୁ ସେ ପାଣିକୁ ଲମ୍ଫ ପ୍ରଦାନ କରିଥିଲେ । ଝିଅ ପାଟି କରିବାରୁ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପହଞ୍ଚି ବୋଟ ସାହାଯ୍ୟରେ ମହିଳାଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ତେବେ ମହିଳାଙ୍କ କୌଣସି ପତ୍ତା ମିଳିନଥିବାରୁ ପୋଲିସ ତାଙ୍କ ଝିଅକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.