ସାଲିଆ ସାହିରେ ବଡ଼ ଧରଣର ଚଢାଉ

0

ଆଗକୁ ପାର୍ବଣ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ସେହିଭଳି ନିଶା କାରବାର ରୋକିବାକୁ ପୋଲିସ ପଦକ୍ଷେପ ନେଇଛି । ଭୁବନେଶ୍ୱର ସାଲିଆ ସାହିରେ ବଡ଼ ଧରଣର ଚଢାଉ କରାଯାଇଛି । ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଏହି ଚଢାଉ ହୋଇଛିି ।

ବସ୍ତିରେ ବିଭିନ୍ନ ଘରେ ଦେଶୀ ମଦ ଭାଟି ଠାବ କରିବା ସହିତ ଏହାକୁ ନଷ୍ଟ କରିଛି ପୋଲିସ । ବସ୍ତିରେ ବ୍ୟାପକ ଭଙ୍ଗାରୁଜା ପୋଲିସ କରିଛି । ତେବେ ଏଠାରେ ବହୁ ଲୋକ ବାହାରୁ ଆସି ପରିଚୟ ଗୋପନ ରଖି ରହୁଥିବା ସନ୍ଦେହ କରିଛି ପୋଲିସ ।

SOA post below
Leave a comment