ପ୍ରେମୀ ଯୁଗଳଙ୍କ ଫେସବୁକ ଦ୍ୱାରା ଜୀବନ ଭିକ୍ଷା

0

ଓଡିଶା ଫାଷ୍ଟ(ବ୍ୟୁରୋବ): ପୁଣି ସାମ୍ନାକୁ ଆସିଛି ଏକ ଭାଇରାଲ୍‌ ଭିଡିଓ। ଏହା କୌଣସି ଅଶ୍ଳୀଳ ଭିଡ଼ିଓ ନୁହେଁ ବରଂ ଏକ ପ୍ରେମୀ ଯୁଗଳ ମାଗୁଛନ୍ତି ଜୀବନ ଭିକ୍ଷା । ଏବେ ଏହି ଘଟଣା ସୋସିଆଲ ମିଡ଼ିଆ ରେ ହଇଚଇ ସୃଷ୍ଟି କରିଛି। ଏହି ହୃଦୟସ୍ପର୍ଶୀ ଭିଡ଼ିଓକୁ ଦେଖି ଅନେକ ବ୍ୟକ୍ତି ସାହାଯ୍ୟର ହାତ ବଢାଇବାଥିବା ସେହି ଭିଡ଼ିଓରେ ଦେଖିବାକୁ ମିଳିଛି।

ବାଲେଶ୍ୱର ନୀଳଗିରି ଅଞ୍ଚଳର ଲିପ୍‌ସା ଲେଙ୍କା ଟୁଲୁ ସିଂହଙ୍କୁ ଭଲ ପାଉଥିଲେ। ଲିପ୍‌ସାଙ୍କ ପରିବାର ଲୋକ ତାକୁ ମାରିଦେବାକୁ ଚେଷ୍ଟା କରିବାରୁ ସେ ଟୁଲୁଙ୍କ ସହ ଘର ଛାଡ଼ି ପଳାଇ ଆସିଥିଲେ । ପରେ ଫେସବୁକ ରେ ୨ଟି ଭିଡ଼ିଓ ଛାଡିଥିଲେ। ସେମାନେ ଘର ଛାଡ଼ିବା ପରେ କିପରି ପରିବାର ଲୋକ ସେମାନଙ୍କୁ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି ସେ ସଂପର୍କରେ କାନ୍ଦି କାନ୍ଦି ଜଣାଇଛନ୍ତି। ତାଙ୍କ ମୋବାଇଲ ଟ୍ରାକ ହେଉଥିବାରୁ ସାହାଯ୍ୟ ପାଇଁ କାହାସହ ଯୋଗାଯୋଗ କରିପାରୁନାହାନ୍ତି ବୋଲି ଭିଡ଼ିଓରେ ଯାଇଛନ୍ତି। ଲୁଚି ଲୁଚି ଘୁରିବୁଲୁଥିବା ପ୍ରେମୀଯୁଗଲ ଜିବନ ବଞ୍ଚାଇବା ଅସାରେ ସୋସିଆଲ ମିଡ଼ିଆ ଦ୍ଵାରା ସହୃଦୟ ଵ୍ୟକ୍ତିଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି। ଯଦି କୌଣସି ସାହାଯ୍ୟ ନପାଇବେ ତେବେ ଆତ୍ମହତ୍ୟା ସେମାନଙ୍କ ଶେଷ ନିଷ୍ପତ୍ତି ହେବ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ଲିପ୍‌ସା ଲେଙ୍କାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଭିଡିଓରେ ଦେଖିବାକୁ ମିଳିଥିବା ଟୁଲୁ ସିଂହ ନାମକ ଯୁବକ ତାଙ୍କ ନାବାଳିକା ଝିଅକୁ ବଳପୂର୍ବକ ଅପହରଣ କରି ନେଇଛି। ସେମାନେ ନୀଳଗିରି ଥାନାରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି। ସ୍ଥାନୀୟ ଆର୍‌ଟି ସ୍କୁଲ୍‌ରେ ପଢୁଥିବା ଲିପ୍‌ସା ଟ୍ୟୁସନ୍‌ ସାରି ଘରକୁ ଫେରୁଥିବା ବେଳେ ବାଲିପୋଖରୀ କାହୁଳିଆ ଗ୍ରାମ ମୁଣ୍ଡ ରାସ୍ତାରୁ ଟୁଲୁ ଜୋର୍‌ଜବରଦସ୍ତ ଲିପ୍‌ସାଙ୍କୁ ଉଠାଇ ନେଇଛି ବୋଲି ପରିବାର ଲୋକ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି। ବାଲେଶ୍ୱରର ନରହରିପୁର ଗ୍ରାମର ଲିପ୍‌ସାଙ୍କ ବାପା ଗୌତମ ଲେଙ୍କା ପୁଲିସ୍‌ରେ ଏହି ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.