ପତ୍ନୀହନ୍ତା ହାଜତରେ କଟିଲା ତଣ୍ଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ଜିଲ୍ଲା ଟାଙ୍ଗୀ ଥାନାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପତ୍ନୀହତ୍ୟା ଅଭଯୋଗରେ ଗିରଫ ହୋଇ ହଜାତରେ ଥିବା ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଛି ।

ସୂଚନା ଅନୁଯାୟୀ, ଗତ ୨୭ ତାରିଖ ବିଳମ୍ୱିତ ରାତିରେ ଗୋବିନ୍ଦପୁର ପଞ୍ଚାୟତ ଗୋକୁଳପୁର ଉପରସାହିର ବଳରାମ ନାୟକ ନିଜ ସ୍ତ୍ରୀଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେଥିପାଇଁ ପୋଲିସ ବଳରାମକୁ ଥାନା ହାଜତରେ ଅଟକ ରଖି ପଚରାଉଚରା କରୁଥିଲା । ଆଜି ବଳରାମକୁ ପୋଲିସ କୋର୍ଟ ହଜାର କରିବାକୁ ଥିବାରୁ ତା ପୂର୍ବରୁ ତାକୁ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଥିଲା । ପୂର୍ବାହ୍ନ ୧୧ଟାରେ ପୁଲିସ ସାମ୍ୱାଦିକ ସମ୍ମିଳନୀ କରିବାର ଥିଲା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଥାନାରେ ପହଞ୍ଚିଥିଲେ । ମାତ୍ର ସେତେବେଳେ ହଜାତ ରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା । କୌଣସି ଏକ ଧାରୁଆ ଅସ୍ତ୍ର ରେ ବଳରାମ ନିଜ ବେକ କାଟି ଦେଇଥିବା ପୋଲିସ ଦେଖିବାକୁ ପାଇଥିଲା । ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ପ୍ରଥମେ ଟାଙ୍ଗୀ ଓ ପରେ ବଳରାମ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ଅଭିଯୁକ୍ତ ହାଜତ ଭିତରେ ଥିବା ବେଳେ ବେକ କାଟିବା ପାଇଁ ଧାରୁଆ ଅସ୍ତ୍ର ପାଇଲେ କେଉଁଠୁ ? ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave A Reply

Your email address will not be published.