ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଶିରିଡ଼ି ସାଇ ସମିତି ପକ୍ଷରୁ କଟକ ରୋଡ଼ ସ୍ଥିତ ପୁରୁଣା ଷ୍ଟେସନ ବଜାର ରେ ଶିରିଡ଼ି ସାଇ ବାବାଙ୍କ ନୂତନ ମନ୍ଦିର ଓ ମୂର୍ତ୍ତି ସ୍ଥାପନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
କଳସ ଶୋଭାଯାତ୍ରାରେ ୧୫୧ ଜଣ ଅଂଶଗ୍ରହଣ କରିଥିଲେ। ନୂତନ ମନ୍ଦିର ଓ ମୂର୍ତ୍ତି ସ୍ଥାପନ ର ସମସ୍ତ କାର୍ଯ୍ୟକ୍ରମ ଶିରିଡ଼ି ସାଇ ସମିତି ପରିଚଳନା କମିଟି ଦ୍ବାରା ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିଲା। ଏହି ମନ୍ଦିରଟି ଛୋଟ ସ୍ଥାନ ହୋଇଥିଲେ ମଧ୍ୟ ଖୁବ ସୁନ୍ଦର ହୋଇଛି। ଦର୍ଶନ ପାଇଁ ଆସିଥିବା ଭକ୍ତ ମାନେ ମନ୍ଦିର ଟି ଛୋଟ ହୋଇଥଲେ ମଧ୍ୟ ଏହାର କାରୁକାର୍ଯ୍ୟ ମାନମୋହି ନେଉଥିବାରୁ ମନ୍ଦିର ର କାରିଗର ଓ କମିଟି ସବ୍ୟମାନଙ୍କର ପ୍ରଶଂସା କରିଛନ୍ତି। ଏହି ନୂତନ ମନ୍ଦିର କୁ ନେଇ ସେ ଅଂଚଳ ବାସୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।
ତା-୦୮-୦୩-୨୦୧୮ରିଖ (ଗୁରୁବାର)
ସୂର୍ଯ୍ୟପୂଜା,ପ୍ରାଣପ୍ରତିଷ୍ଠା,ପୂର୍ଣାହୂତୀ,ଅଷ୍ଟପ୍ରହରୀ ଓ ସନ୍ଧ୍ୟା ସାଇ ନାଟକ ଘ୭ଟା ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ।