ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ କରି କୁଜିନେତା ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରେ ବିଜେପି କୁଜିନେତା ଙ୍କ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ। ଏଭଳି ଏକ ଲଜ୍ୟା ଜନକ ଘଟଣା ଗତକାଲି ସନ୍ଧ୍ୟାରେ ରେଡ଼କ୍ରସ ଛକରେ ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୭ ରୁ ୭:୩୦ ମଧ୍ୟରେ ଖାରବେଳନଗର ଥାନା ଅଧିନ ରେଡ଼କ୍ରସ ଛକରେ ମିଲି ସାହୁ ନାମକ ଜଣେ ଟ୍ରାଫିକ କନଷ୍ଟେବଳଙ୍କ ସହ ଏକେ ତ୍ରୀପାଠି ନାମକ ଜଣେ ହୋମଗାର୍ଡ ଡ୍ୟୁଟି କରୁଥିଲେ । ହଠାତ ନିକୋ ପାର୍କ ଆଡୁ ଆସୁଥିବା ଜଣେ ବ୍ୟକ୍ତି ଟ୍ରାଫିକ ସିଗ୍ନାଲକୁ ବେଖାତିର କରି ଆଗକୁ ମାଡି ଯାଇଥିଲେ । ଟ୍ରାଫିକ କନଷ୍ଟେବଳ ମିଲି ଏହାର ପ୍ରତିବାଦ କରିବାରୁ ଉକ୍ତ ମଦ୍ୟପ ବ୍ୟକ୍ତି ଜଣକ ମିଲିଙ୍କ ହାତକୁ ମୋଡି ଦେବା ସହ ତାଙ୍କ ୱାକିଟକିକୁ ଫିଙ୍ଗି ଦେଇଥିଲେ । ବାବୁଙ୍କ କାରନାମା ଏତିକିରେ ସରିନଥିଲା । ସେ ମିଲିଙ୍କୁ ଅସଦାଚଣର କରି ବିଚ ରାସ୍ତାରେ କିଛି ସମୟ ନିଜର ପତିଆରା ବ୍ୟକ୍ତ କରିଥିଲେ । ପିସିଆର ଭ୍ୟାନ ପହଞ୍ଚି ଉକ୍ତ ବ୍ୟକ୍ତି ଙ୍କୁ କାବୁ କରି ଖାରବେଳ ନଗର ଥାନାକୁ ନେଇଯାଇଥିଲେ। ପୋଲିସ ର ପଚାରଉଚରା ପରେ ଜଣାପଡିଥିଲା କି ସୁଶାନ୍ତ ନାୟକ ନାମକ ଏହି ବ୍ୟକ୍ତି ଙ୍କ ଘର ଶାସ୍ତ୍ରୀନଗର ଅଞ୍ଚଳରେ ଓ ସେ ଜଣେ ବିଜେପି କୁଜି ନେତା । ସେ ବିଜେପି ଦଳର ହୋଇଥିବାରୁ ବୋଧେ ନିଜ ପତିଆରା ଜାହିର କରିବାକୁ ଏପରି କାଣ୍ଡ କରିଥିଲେ ବୋଲି ରାଜଧାନୀ ରେ ଚର୍ଚ୍ଚା ଜୋର ଧରିଛି। ତେବେ ଟ୍ରାଫିକ କନଷ୍ଟେବଳ ମିଲିଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ସୁଶାନ୍ତକୁ ଗିରଫ କରିଛି ।

Leave A Reply

Your email address will not be published.