ବିମାନ ରନୱେ ରେ ଯୁବକ ର ଉନ୍ମକ୍ତ କାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳେ ଜଣେ ସନ୍ଦିଗ୍ଧ ଯୁବକକୁ ଭୁବନେଶ୍ୱର ବିମାନବନ୍ଦର ରନୱେ ରୁ ଉଦ୍ଧାର କରିଛି। ସିଆଇଏସ୍‌ଏଫ୍‌ ଯବାନ ସନ୍ଦିଗ୍ଧ ଯୁବକଙ୍କୁ ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କରିଛି।

ଯୁବକ ଜଣକ ଏୟାରପୋର୍ଟର ଖଣ୍ଡଗିରି ପଟ ପାଚେରୀ ଡେଇଁ ପଶିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ସନ୍ଦିଗ୍ଧ ଯୁବକର ନାମ କ୍ରିଷ୍ଣା ରାଉତ ଓ ଘର ଖଣ୍ଡଗିରି ଥାନାର ଡୁମୁଡୁମା ଅଞ୍ଚଳରେ ବୋଲି ତାଙ୍କଠାରୁ ମିଳିଥିବା ଆଧାର କାର୍ଡ ରୁ ଜଣାପଡିଛି। ସେ ମାନସିକ ବିକୃତ ଥିବା ଅନୁମାନ କରାଯାଉଛି । ଏହି ଘଟଣା ପରେ ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ଏତେ ବଡ଼ ସୁରକ୍ଷା ବଳୟ ଭେଦ କରି ଏହି ଯୁବକ ଜଣକ ଭିତରକୁ ଗଲେ ଏବିଷୟରେ ଜଣାଇବାକୁ ନୋଟିସ ରେ ଉର୍ଲେଖ କରାଯାଇଛି।  ମାତ୍ର ଜଣେ ବ୍ୟକ୍ତି କିପରି ରନୱେ ରେ ଯାଇ ପହଁଚିଲା ଓ ସିଆଇଏସ୍‌ଏଫ୍‌ ଯବାନ କିପରି ଏ ସମ୍ୱନ୍ଧ ରେ ଜାଣିପାରିଲେନାହିଁ ? ଭୁବନେଶ୍ୱର ବିମାନ ବନ୍ଦର କେତେ ସୁରକ୍ଷିତ ତାହା ଏ ଘଟଣା ରୁ ଅନୁମେୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.