ତାଲିମ ବେଳେ ମହାନଦୀରେ ବୁଡି ଯବାନ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାନଦୀରେ ବୁଡି ଜଣେ ଆଇଆରବି ଯବାନ ପ୍ରାଣ ହରାଇଛନ୍ତି। ବୁଧବାର ତାଲିମ ଚାଲିଥିବାବେଳେ ଏହି ଯବାନ ଜଣଙ୍କ ବୌଦ୍ଧ ସ୍ଥିତ ମହାନଦୀରେ ବଡ଼ି ପ୍ରାଣ ହରାଇଥିବା ଜଣାଯାଇଛି। ମୃତ ଯବାନଙ୍କ ନାମ ପ୍ରଦ୍ୟୁମ୍ନ କୁମାର ପଣ୍ଡା (୩୦) ଓ ତାଙ୍କ ଘର କନ୍ଧମାଳ ଜିଲ୍ଲାରେ ବୋଲି ଜଣାପଡିଛି। ସୂଚନା ଅନୁସାରେ, ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ର ଯବାନମାନଙ୍କୁ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ କିଆକଟା ପଞ୍ଚାୟତର ବାଙ୍କପାଲ ଘାଟଠାରେ ଓଡ୍ରାଫ ତାଲିମ ଦିଆଯାଉଥିବାବେଳେ ପାଣିରେ ବୁଡି ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ବୌଦ୍ଧ ଅଗ୍ନିଶମ ବିଭାଗ, ଆଇଆରବି ଯବାନମାନେ ଦୀର୍ଘ ୫ ଘଣ୍ଟା କାଳ ଖୋଜାଖୋଜି କରିବାପରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବର୍ଷାଦିନରେ ମହାନଦୀରେ ଜଳସ୍ତର ଅଧିକ ସହିତ ସ୍ରୋତ ପ୍ରଖର ଥିବାବେଳେ ତାଲିମ ପାଇଁ କିଏ ଅନୁମତି ପ୍ରଦାନ କଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଆକଟା ପୁଲିସ ପକ୍ଷରୁ ମୃତଦେହ ଜବତ କରାଯିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Barta
Sikhsya

Leave A Reply

Your email address will not be published.