ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ନୁହେଁ। ନିକଟରେ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ମାଧ୍ୟମରେ ଜାଣିବାକୁ ଚାହିଁଥିଲେ ଯେ ଜନ୍ମ ଓ ମୃତ୍ୟୁର ପଞ୍ଜିକରଣ ଲାଗି ଆଧାରକାର୍ଡ ବାଧ୍ୟତାମୂଳକ କି ନୁହେଁ? ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ରେଜିଷ୍ଟ୍ରାର ଜେନେରାଲଙ୍କ କର୍ଯ୍ୟାଳୟ ପକ୍ଷରୁ ପତ୍ର ଲେଖି ଜଣାଇ ଦିଆଯାଇଛି ଯେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଲାଗି ଆଧାର ବାଧ୍ୟତାମୂଳକ ନୁହେଁ।

ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚାଇ ଦିଆଯାଇଛି ପୂର୍ବରୁ ଏକ ସର୍କୁଲାର ଜାରି କରାଯାଇ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଥିଲା। ଦେଶରେ କେନ୍ଦ୍ରୀୟ ଆଇନ୍ ରେଜିଷ୍ଟ୍ରେସନ ଅଫ୍ ବାର୍ଥ ଆଣ୍ଡ ଡେଥ୍, ୧୯୬୯ ଅନୁସାରେ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ କରାଯାଇଥାଏ। ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ହୋଇଥାଏ। ମାତ୍ର ଏଥିଲାଗି ଆଧାର ବାଧ୍ୟତାମୂଳକ ବୋଲି କୌଣସି ଠାରେ ଉଲ୍ଲେଖନାହିଁ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ସର୍କୁଲାରରେ ଏହା କୁହାଯାଇଛି।

Leave A Reply

Your email address will not be published.