ସାମାଜିକ କର୍ମୀ ଆଦିତ୍ୟ ଦାଶଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜଣାଶୁଣା ସାମାଜିକ କର୍ମୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କର ମୃତଦେହ ଆଜି ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ହତ୍ୟା ସନ୍ଦେହ ବି ଉପୁଜିଛି । ଆଦିତ୍ୟଙ୍କର ଘର ବୌଦ୍ଧ ଜିଲ୍ଲାରେ । ମାତ୍ର ସେ ଭୁବନେଶ୍ବରର ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ଚଲାଉଥିଲେ। ଏହାସହ ପିପୁଲ ଫର୍ ସେବା ନାମକ ଏକ ସଂଗଠନ ଜରିଆରେ ସେ ସାମାଜିକ ସେବା ମଧ୍ୟ କରୁଥିଲେ। ତା’ଛଡ଼ା ସୋସାଲ ମିଡିଆରେ ଖୁବ୍ ସକ୍ରିୟ ଥିବା ଆଦିତ୍ୟ ଦାଶ ମୋଟିଭେସନାଲ ସ୍ପିକର ଭାବେ ବି ଖୁବ୍ ଲୋକପ୍ରିୟ ଥିଲେ। ଗତ ଜୁନ୍ ମାସରେ କଟକର ଖପୁରିଆରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ । ବିବାହର ମାସକ ନ ପୂର୍ବରୁ ସେ କାହିଁକି ଆତ୍ମହତ୍ୟା କଲେ, ତାହାକୁ ନେଇ ସନ୍ଦେହ ଉପୁଜିଛି।

Leave A Reply

Your email address will not be published.