ଦାଦା ବଟି ମାଗି ନେତା ଗିରଫ, ବଟି ନଦେବାରୁ ମାଡ଼ ମାରିଥିବା ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦାଦା ବଟି ମାଗି ନେତା ଗିରଫ । ଏକ ଘରୋଇ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବଟି ମାଗିବା ସହ ମାଡ଼ ମାରିବା ଅଭିଯୋଗରେ ସମ୍ବଲପୁର ଠେଲକୁଲି ପୋଲିସ ୫ ଜଣକୁ ଗିରଫ କରିଛି । ଗତ ୨୬ରେ ଆଦିତ୍ୟ ଆଲୁମିନା କମ୍ପାନୀର ଠିକା ସଂସ୍ଥା ଭଦ୍ରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟ ର ଏଚ୍.ଆର୍ ଓ ଆଡମିନ୍ ବିଭାଗର ମୁଖ୍ୟ ଗୌତମ କୁମାର ରେଡିଙ୍କୁ ବାଳକୃଷ୍ଣ ରୋହୀଦାସ, ରାଜେଶ ରୋହୀଦାସ ସମେତ ୫ ଜଣ ଦାଦାବଟି ମାଗିଥିଲେ । ଦାଦା ବଟି ନଦେବାରୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ମାଡ଼ ମାରି ଅଭିଯୁକ୍ତମାନେ ବଳ ପୂର୍ବକ ୨୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେସିଆଲ ଡ୍ରାଇଭ ଆରମ୍ଭ ହୋଇଥିଲା ।
ଗତକାଲି ସନ୍ଧ୍ୟାରେ ମୂଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ରୋହିଦାସ, ରାଜେଶ ରୋହିଦାସ ସମେତ ଅନ୍ୟ ଜଣେ ନାବାଳକ ଧରା ପଡିଛନ୍ତି । ସେମାନଙ୍କ ଠାରୁ ନଗଦ ୫୦୦୦ ଟଙ୍କା ସହ ଏକ ଇନୋଭା ଗାଡି ଜବତ ହୋଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ବାଳକୃଷ୍ଣ ରୋହିଦାଶ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରେଙ୍ଗାଲି ବିଧାୟକ ପାର୍ଥୀ ଥିଲେ ।

Leave A Reply

Your email address will not be published.