ଆସାମରେ ପୁଣିଥରେ ସରକାର ଗଢ଼ିବ ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଆସାମରୁ ବିଜେପି ପାଇଁ ଖୁସି ଖବର ଆସିଛି। ଏବେ ସୁଦ୍ଧା ହୋଇଥିବା ଭୋଟ ଗଣତି ଅନୁଯାୟୀ ବିଜେପି ମହାମେଣ୍ଟ ଏନଡିଏ ୮୧ଟି ସିଟରେ ଆଗୁଆ ରହିଛି । ତେବେ ଆସାମରେ ପୁଣି ଥରେ ବିଜେପି ଫେରୁଥିବା ଦେଖିବାକୁ ମିଳୁଛି।

ଆସାମର ସମସ୍ତ ୧୨୬ ଟି ଆସନ ମଧ୍ୟରୁ, ଏନଡିଏ ୮୧ ଟି, ୟୁପିଏ ୪୫ଟି ଏବଂ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ଅଛନ୍ତି। ତେବେ ଏହି ଟ୍ରେଣ୍ଡ ଅନୁଯାୟୀ ବିଜେପି ପୁଣିଥରେ ରାଜ୍ୟରେ ସରକାର ଗଠନ କରୁଛି ବୋଲି ସ୍ପଷ୍ଟ ଦେଖିବାକୁ ମିଳିଛି।

ଅନ୍ୟପଟେ ବିଜେପିର ସହଯୋଗୀ ଆସାମ ଗଣ ପରିଷଦ ପ୍ରାର୍ଥୀମାନେ ୧୦ଟି ଆସନରେ ଏବଂ ୟୁପିପିଏଲ ପ୍ରାର୍ଥୀମାନେ ୭ ଟି ଆସନରେ ଆଗୁଆ ଅଛନ୍ତି। ତେବେ ଏବେ ବି ଭୋଟ ଗଣତି ଜାରି ରହିଛି।

 

Leave A Reply

Your email address will not be published.