ସତ୍ୟପାଠ ଦାଖଲ କଲେ ଅଭିଜିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଏବଂ ଏହାର ସଂସ୍କୃତି ପ୍ରତି ଦେଇଥିବା ଅରୁଚିକର ମନ୍ତବ୍ୟ ଅଭିଯୋଗ ରେ ଜେଲ ରେ ଥବା ଅଭିଜିତ ଆୟାର, ବିଧାୟକ ମାନଙ୍କ ପ୍ରତି ଦେଇଥିବା କଟୁ ଏବଂ ଅରୁଚିକର ମନ୍ତବ୍ୟ ଅଭିଯୋଗ ରେ ତୃତୀୟଥର ପାଇଁ ଆଜି ବିଧାନସଭା ଗୃହ କମିଟି ଆଗରେ ଉପସ୍ଥିତ ହୋଇ ଗୃହକମିଟି ମାଗିଥବା ସତ୍ୟପାଠ ସେ ଦାଖଲ କରିଥବା ଜଣାପଡିଛି । ଗତକାଲି ସେ ଗୃହ କମିଟି ପାଖରେ ହାଜର ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରି ପାରିନଥିଲେ । ଆଜି ଗୃହ କମିଟି ର ନିର୍ଦ୍ଦେଶ ମତେ ଅଭିଜିତ ଆୟାର ଉପସ୍ଥିତ ହୋଇ ସତ୍ୟପାଠ ଦାଖଲ କରିଥବା ବେଳେ ଏହି ସତ୍ୟପାଠ କୁ ଗୃହ କମିଟି ତର୍ଜମା କରିବ ବୋଲି ଗୃହ କମିଟ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ସୂଚନାଅନୁଯାୟୀ ଗୃହ କମିଟି ଅଭିଜିତ ଆୟାର ଙ୍କ ବକ୍ତବ୍ୟ ଏବଂ ତାଙ୍କ ସତ୍ୟପାଠ କୁ ତର୍ଜମା କରିବାପରେ ଯାହା ନିଷ୍ପତ୍ତି ନିଆଯିବ । ଯଦି ଦରକାର ପଡେ ପୁଣି ଅଭିଜିତଙ୍କୁ ଡ଼କାଯିବା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.