ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ମୃତ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି ଗୁଜୁରାଟର ଆଣନ୍ଦ ଜିଲ୍ଲାରେ । ଜିଲ୍ଲାର ତାରାପୁର ଅଞ୍ଚଳରେ ଏକ ଟ୍ରକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି । ଯେଉଁଥିରେ ସମସ୍ତ ୧୦ଜଣଙ୍କ ମୃତ୍ୟୁ ଘଟିଛି । ଏକ କାରରେ ଗୋଟିଏ ପରିବାରର ୧୦ ଜଣ ଯାତ୍ରା କରୁଥିଲେ । କାରଟି ସୁରଟରୁ ଭାବନଗର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଆଣନ୍ଦ ଜିଲ୍ଲାର ତାରାପୁର ଇନ୍ଦ୍ରନାଜ ଗ୍ରାମ ନିକଟରେ ଏକ ହାଇୱା କାରରୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ଟ୍ରକ୍‌ ମଧ୍ୟକୁ ପଶିଯାଇଥିଲା । କାରଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ପରିବାରର ସମସ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଁଞ୍ôଚ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.