ଟ୍ରେନ ଧକ୍କା ଦେଲା ହାଇୱାକୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ହାଇୱାକୁ ଧକ୍କା ଦେଲା ଟ୍ରେନ । ଏଭଳି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲା ରାଜପୁର ଠାରେ ଘଟିଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦:୩୦ ସମୟରେ ଝାରସୁଗୁଡ଼ା ଜିଲ୍ଲା ରାଜପୁର ଠାରେ ଥିବା ଏକ ଜଗୁଆଳି ବିହୀନ ଲେବଲ କ୍ରସିଂ ଦେଇ ଯାଉଥିବା ସମୟରେ ହାଇୱା ଟି ଖରାପ ହୋଇଯାଇଥିଲା । ଏହି ସମୟରେ ହଠାତ ମାଲବାହୀ ଟ୍ରେନ ଚାଲିଆସିଥିଲା । ହାଇୱା ଡ୍ରାଇଭର ଟି ଉପସ୍ଥିତ ବୁଦ୍ଧିରୁ ସେ ସ୍ଥାନରୁ ଦୂରକୁ ପଳାଇଥିଲା । ତେଣୁ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ମାତ୍ର ଟ୍ରେନଟି ହାଇୱାକୁ ଧକ୍କା ଦେଵା ଫଳରେ ଟ୍ରେନ ର ଗୋଟିଏ ବଗି ଓଲଟି ଯାଇଥିଲା ।

ଏହି ରେଳ ଲାଇନଟିରେ କେବଳ ମାଲବାହୀ ଟ୍ରେନ ଯାତାୟାତ କରେ ଓ ଏହା ଝାରସୁଗୁଡ଼ା ଜିଲ୍ଲାର ବାଳିଯୁରି ଠାରୁ ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା କୋଇଲାଖଣି ଅଞ୍ଚଳକୁ ସଂଯୋଗ କରେ । ଜଗୁଆଳି ବିହୀନ ଲେବଲ କ୍ରସିଂ ପାଇଁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

 

Leave A Reply

Your email address will not be published.