ଧଉଳି ଟ୍ରାଫିକ୍ ଛକ ନିକଟରେ ଦୁର୍ଘଟଣା, ଜଣେ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ଵର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ଧଉଳି ଟ୍ରାଫିକ୍ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ଏକ ଅଟୋରେ ୫ ଜଣ ଭୁବନେଶ୍ଵରରୁ ନିମାପଡା ଅଭିମୁଖେ ଯାଉଥିଲେ। ଧଉଳି ଟ୍ରାଫିକ ଛକ ନିକଟରେ ରଙ୍ଗ ରୁଟରେ ଆସୁଥିବା ଏକ କାର୍ ଅଟୋଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ବୃଦ୍ଧ ଜଣଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଅନ୍ୟ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।

Leave A Reply

Your email address will not be published.