ଓଲଟିଲା ଗାଡ଼ି: ଶଳା ଓ ଭିଣୋଇଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଠାରେ ବିଳମ୍ବିତ ରାତିରେ ଏକ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଶଳା ଓ ଭିଣୋଇଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହାଛଡ଼ା ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ଲାଗି ରାୟପୁରକୁ ପଠାଯାଇଛି।

ପ୍ରକାଶ ଯେ ଶୁକ୍ରବାର ରାତିରେ ଓଡି ୨୬-ଏ ୦୩୦୩ ନମ୍ବର ଥିବା ଏକ ଗାଡ଼ିରେ ଭିଣୋଇ କଲ୍ୟାଣ ବାଗ (୨୫) ଓ ଶଳା ଲଖନ ବାଗ(୧୬)ଙ୍କ ସମେତ ୩ ଜଣ ନିଜ ଗାଁ ବୋଡେନ ଥାନା ଅନ୍ତର୍ଗତ ରାଜପୁର ଓ ବିନପୁରକୁ ଆସୁଥିଲେ। ଟିମନପୁରଠାରେ ରାସ୍ତା ଉପରେ ଏକ ବଡ଼ ପଥର ରହିଥିଲା ଏହାକୁ ଗାଡି ଚାଳକ ଦେଖିନପାରି ପଥର ଉପରକୁ ଚଢାଇ ଦେଇଥିଲେ। ଯାହାଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ଯିବା ପରେ .ସେଥିରେ ବସିଥିବା ବିନପୁର ଗ୍ରାମର କଲ୍ୟାଣ ବାଗ, ଲଖନ ବାଗ ଓ ରାଜପୁରର ସୁଶୀଳ ଧରୁଆ ଗୁରୁତର ହୋଇଥିଲେ।
ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ସିନାପାଲି ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା। ସେଠାରେ ଭିଣୋଇ ଓ ଶଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ସୁଶୀଳଙ୍କୁ ଗୁରୁତର ଅବସ୍ଥାରେ ରାୟପୁର ପଠାଯାଇଛି। ଘଟଣା ସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

bjd
Sikshaya
ruchi

Leave A Reply

Your email address will not be published.