ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କଲା ବାପା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାବତ ବାପାର ବାରଂବାର ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକା ଏକ ଶିଶୁକନ୍ୟା ଜନ୍ମ ଦେବା ଏବଂ ଏହାପରେ ଶିଶୁକନ୍ୟାଟିକୁ ଜିଲ୍ଲା ବାହାରେ ବିକ୍ରି କରିଦେଇଥିବା ଭଳି ଅତ୍ୟନ୍ତ ‌ସମ୍ବେନଶୀଳ ଘଟଣା ଏବେ ସାମ୍ନାକୁ ଆସିଛି। ଦୁଇ ବର୍ଷ ପରେ ଏହି ଘଟଣା ପ୍ରଘଟ ହୋଇଛି। ନାବାଳିକା ଝିଅର ମାଙ୍କ ଏତଲାକ୍ରମେ କିଛିଦିନ ପୂର୍ବରୁ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ବିକ୍ରି କରି ଦିଆଯାଇଥିବା ଶିଶୁକନ୍ୟାକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ମହାନଗର ନିଗମ ଅଂଚଳରେ।
ସଂପୃକ୍ତ ନାବାଳିକାଙ୍କ ବାପା ଅନେକ ଦିନ ପୂର୍ବରୁ ପ୍ରାଣ ହରାଇଥିଲେ। ଏହାପରେ ତା’ର ମା’ ଆଉ ଜଣଙ୍କୁ ବିବାହ କରିଥିଲେ। ତେବେ ନାବାଳିକାଙ୍କୁ ତାଙ୍କର ଏହି ସାବତ ବାପା ଜଣକ ବାରମ୍ବାର ଦୁଷ୍କର୍ମ କରୁଥିଲା। ପରିଣାମ ସ୍ବରୂପ ନାବାଳିକା ଗର୍ଭବତୀ ହୋଇ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଏହି ଘଟଣା ପ୍ରଘଟ ହେବା ଆଶଂକା କରି ସଂପୃକ୍ତ ବ୍ୟକ୍ତି ଜଣକ ଶିଶୁକନ୍ୟା ଜିଲ୍ଲାର ବାହାରର ଏକ ପରିବାରକୁ ବିକ୍ରି କରିଦେଇଥିଲା। ତେବେ ନାବାଳିକାର ମା’ଙ୍କ ଏତଲାକ୍ରମେ ଅଭିଯୁକ୍ତ ସାବତ ବାପାକୁ ଗିରଫ ହୋଇ ଏବେ ଜେଲ୍‌ରେ। ସେହିପରି ବିକ୍ରି କରି ଦିଆଯାଇଥିବା ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇ ପାଳିତ ମା’ଙ୍କୁ ହସ୍ତାନ୍ତର କରାଯାଇଛି।

Leave A Reply

Your email address will not be published.