ଏସଡିଜିଏମ କୋଟରେ ଆତ୍ମସମର୍ପଣ କଲା ସାମନ୍ତରାୟପୁର ହତ୍ୟାକାଣ୍ଡ ଅଭିଯୁକ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ସାମନ୍ତରାୟପୁର ଅଞ୍ଚଳରେ ବିଚ ରାସ୍ତାରେ ଜଣେ ମିଠା ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହାଣିଥିବା ଘଟଣାର ଷଡଯନ୍ତ୍ରକାରୀ ରାଜକିଶୋର ବେହେରା ଭୁବନେଶ୍ୱର ଏସଡିଜିଏମ କୋଟରେ କଲା ଆତ୍ମସମର୍ପଣ ।

ସୂଚନା ଅନୁଯାୟୀ, କିଛିଦିନ ତଳେ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରି ଜଣେ ଦୁର୍ବୃତ୍ତ ଶମ୍ଭୁ ପ୍ରଧାନ ନାମକ ଜଣେ ମିଠା ବ୍ୟବସାୟୀଙ୍କୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ଶମ୍ଭୁଙ୍କ ମୃତ୍ୟୁ ହୋଇଯାଇଥିଲା । ଲିଙ୍ଗରାଜ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେଠାରେ ଥିବା ସିସି ଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣା ସ୍ଥଳରୁ ଅଭିଯୁକ୍ତ ଖସି ପଳାଇଥିଲା । ଫଳରେ ପୋଲିସ ଅଭିଯୁକ୍ତର ବାପାଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିବା ସହ ଅଭିଯୁକ୍ତକୁ ତଲାସ କରୁଥିଲା । ଆଜି ଅଭିଯୁକ୍ତ ଭୁବନେଶ୍ୱର ଏସଡିଜିଏମ କୋଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଏହାପରେ ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତର ମା’ ଏବଂ ଜେଜେମାଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

Barta
Sikhsya

Leave A Reply

Your email address will not be published.