ଅଭିନେତା ଧର୍ମେନ୍ଦ୍ରଙ୍କ ଟ୍ୱିଟକୁ ନେଇ ବିତର୍କ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆନ୍ଦୋଳନକାରୀ କୃଷକଙ୍କ ସମ୍ପର୍କରେ ନିଜର ଏକ ଟ୍ୱିଟର ବାର୍ତ୍ତାକୁ ନେଇ ଅଡୁଆରେ ପଡିଛନ୍ତି ବଲିଉଡ ଅଭିନେତା ଧର୍ମେନ୍ଦ୍ର। ଧର୍ମେନ୍ଦ୍ର ଗୁରୁବାର ପୋଷ୍ଟ କରିଥିବା ବାର୍ତ୍ତାରେ ଉଲ୍ଲେଖ କରିଥିଲେ ଯେ ‘କୃଷକଙ୍କ ସମସ୍ୟା କଥା ସରକାର ଶୀଘ୍ର ସମାଧାନ କରନ୍ତୁ… ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ନିଶ୍ଚିତଭାବେ ଯନ୍ତ୍ରଣାଦାୟକ। ଶୁକ୍ରବାର ସକାଳେ ଧର୍ମେନ୍ଦ୍ର ଏହି ବାର୍ତ୍ତାକୁ ହଟାଇ ଦେଇଥିଲେ। ତେବେ ତାଙ୍କର କେତେକ ଅନୁଗାମୀ ଉକ୍ତ ବାର୍ତ୍ତାର ସ୍କ୍ରିନ ସଟ୍କୁ ପୁନଃ ପୋଷ୍ଟ କରି ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି। ଯଦି କୃଷକଙ୍କ ପ୍ରତି ଏତେ ଦରଦ ଅଛି, ତାହାହେଲେ ଉକ୍ତ ବାର୍ତ୍ତାକୁ କାହିଁକି ହଟାଇଲେ ବୋଲି ଅନୁଗାମୀମାନେ ପ୍ରଶ୍ନ କରିଛନ୍ତି। ଧର୍ମେନ୍ଦ୍ରଙ୍କ ପତ୍ନୀ ହେମାମାଳିନୀ ବର୍ତ୍ତମାନ ବିଜେପି ସାଂସଦ ରହିଥିବାବେଳେ ଧର୍ମେନ୍ଦ୍ରଙ୍କୁ ସେମାନେ କୃଷକ ବିରୋଧୀ ବୋଲି ଅଭିହିତ କରିଥିବା ପ୍ରକାଶ।

Leave A Reply

Your email address will not be published.