କ’ଣ ଗିରଫ ହେବେ କି ଜ୍ୟାକଲିନ୍ ?

0

ପୁଣି ବଢିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କ ଅଡୁଆ । ୨୧୫ କୋଟି ଟଙ୍କା ଠକେଇ ମାମଲାରେ ସଂପୃକ୍ତି ଥିବା ନେଇ ଇଡି ପ୍ରସ୍ତୁତ କଲା ଚାର୍ଜସିଟ । ଏହି ଚାର୍ଜସିଟକୁ ଆଜି ଇଡି ଦାଖଲ କରିବ ବୋଲି ଅନୁମାନ କରାଯାଉଛି ।

ସୂଚନା ମୁତାବକ ଜ୍ୟାକଲିନଙ୍କୁ ପ୍ରଥମରୁ ଜଣାଥିଲା କି ଠକ ସୁକେଶ ଚନ୍ଦ୍ରଶେଖର ଜଣେ ଅପରାଧୀ ଓ ଠକ । ଏହାପରେ ବି ଜ୍ୟାକିଲନ୍ ସୁକେଶଙ୍କ ସହ ସଂପର୍କ ରଖି ତାଙ୍କ ଠାରୁ ଅନେକ ଦାମୀ ଉପହାର ନେଇଛି । ଏହାକୁ ନେଇ ଏହି ଠକେଇ ମାମଲାରେ ଜ୍ୟାକଲିନଙ୍କ ସଂପୃକ୍ତି ଥିବା କଥା ଇଡି କିହିଛି । ଏହି ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବାକୁ ଥିବା ବେଳେ ଚାର୍ଜସିଟରେ ଜ୍ୟାକଲିନଙ୍କୁ ମଧ୍ୟ ଅଭିଯୁକ୍ତଭାବେ ନେଇଛି ଇଡି ।

ସେପଟେ ଜ୍ୟାକଲିନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସଂପର୍କରେ ଥିବା ବେଳେ ତାଙ୍କ ଠାରୁ ୧୦ କୋଟି ଟଙ୍କାର ଦାମୀ ଉପହାର ନେଇଛି । ଏହି କ୍ରମରେ ଇଡି ଜ୍ୟାକଲିନଙ୍କର ୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ସେପଟେ କୁହାଯାଉଛି କି କେବଳ ଜ୍ୟାକଲିନ୍ ନୁହଁନ୍ତି ତାଙ୍କ ପରିବାର ଲୋକ ମଧ୍ୟ ସୁକେଶଙ୍କ ଠାରୁ ଅନେକ ଦାମୀ ଉପହାର ନେଇଛନ୍ତି ।

SOA post below
Leave a comment