ରିୟାଙ୍କୁ ଜାମିନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ। ରିୟାଙ୍କୁ ଜାମିନ ପ୍ରଦାନ କଲେ ବମ୍ବେ ହାଇକୋର୍ଟ। ରିୟାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଛି।୨୮ ଦିନ ବିଚାରବିଭାଗୀୟ ହାଜତରେ ରହିବା ପରେ ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। ୧ଲକ୍ଷ ଟଙ୍କା ଓ ପାସପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ମୃତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟାଙ୍କୁ ସେପ୍ଟେମ୍ବର ୯ ତାରିଖରେ ଗିରଫ କରିଥିଲା। ହାଜତ ମିଆଦ ବୃଦ୍ଧିକୁ ରିୟା ଓ ସୌଭିକଙ୍କ ଓକିଲ ବିରୋଧ କରିଥିଲେ ମଧ୍ୟ ଏନ୍ସିବି ପକ୍ଷରୁ ତାହା ସପକ୍ଷରେ ଯୁକ୍ତି ରଖାଯାଇଥିଲା। ଏନସିବି ପକ୍ଷରୁ କୁହାଯାଇଥିଲା ଯେ, ଏହି ଭାଇଭଉଣୀ ଡ୍ରଗ୍ସ ରାକେଟରେ ସମ୍ପୃକ୍ତ। ଏଣୁ ଏ ସମ୍ପର୍କରେ ଆହୁରି ତଦନ୍ତ କରାଯିବାର ଆବଶ୍ୟକତା ରହିଛି।
ପୂର୍ବରୁ ଜାମିନ ପାଇଁ ରିୟା ବମ୍ବେ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲେ। ତେବେ ଗତ ୨୯ ତାରିଖରେ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ।

Barta
Sikhsya

Leave A Reply

Your email address will not be published.